ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଧାରଣା

 ସାଲେପୁର:  ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଡାକରାରେ ସ୍ଥାୟୀ ନିଯୁକ୍ତି ଗ୍ରାଣ୍ଟିନେଟ୍ ଜିଆଇଭି ୫ଦଫା ଦାବି ନେଇ ଗତ ୧୬ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନେ୍ଦାଳନକୁ ଓହ୍ଲାଇଛି କର୍ମଚାରୀ ଓ ଅଧ୍ୟାପକମାନେ । ଏହାକୁ ସମର୍ଥନ କରି ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନେ ୧୬ ତାରିଖ ଠାରୁ କାର୍ଯ୍ୟବନ୍ଦ କରି ଆନେ୍ଦାଳନରେ ସାମିଲ ହୋଇଛନ୍ତି । କଲେଜ ପରିସରରେ କାର୍ଯ୍ୟ ବନ୍ଦ କରି ସମସ୍ତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ୨୦୦୮ରୁ ୨୦୧୮ ପର୍ଯ୍ୟନ୍ତ ଅଧ୍ୟାପକ, କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ଗ୍ରାଣ୍ଟିନେଟ୍ ଜି.ଆର. ପ୍ରଦାନ ଦାବିରେ ଅଟଳ ରହିଛନ୍ତି ବେସରକାରୀ କର୍ମଚାରୀମାନେ । ଯେ ପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ପୂରଣ ନ କରିବେ, ସେ ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁରହିବ ବୋଲି ସାଲେପୁର କଲେଜର ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନେ ପ୍ରକାଶ କରିଛନ୍ତି । ଏହି ଆନେ୍ଦାଳନରେ ସୟଦ ଅବ୍ରାର ଅହମ୍ମଦ, ସଂଜୟ ନାୟକ, ହରପ୍ରିୟା ସିଂହ, ଅୟସ୍କାନ୍ତ ଷଡ଼ଙ୍ଗୀ, ସିଦ୍ଧାନ୍ତ ନାୟକ, ଚିନ୍ମୟରଂଜନ ଭୂୟାଁ, ସୁଦେଷ୍ଣା ପଣ୍ଡା, ରୋଜାଲିନ୍ ସାହୁ, ସ୍ୱାତିମୁକ୍ତା ଷଡ଼ଙ୍ଗୀ, ମାନସ ରଂଜନ ପତି, ପ୍ରମୋଦ ସାମଲ, ରଂଜନ କୁମାର ସାହୁଙ୍କ ସମେତ ବହୁ ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ ।