ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ 

  ସାଲେପୁର :  ସ୍ଥାନୀୟ ବ୍ଲକର ରାମେଶ୍ୱର ପଞ୍ଚାୟତରେ ଥିବା ବାବା ଆନନ୍ଦଆତ୍ମା ଆଶ୍ରମ ପରିସରରେ ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସନ୍ଥ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ଦିବାକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ସଂଗଠନ ମହାମନ୍ତ୍ରୀ ଶରତ ପ୍ରଧାନ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ରୂପେ ବାବା ଆନନ୍ଦଆତ୍ମା ଯୋଗ ଦେଇଥିବା ବେଳେ କଟକ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ସଭାପତି ମାନସ ରଞ୍ଜନ ପଣ୍ଡା ଯୋଗଦେଇ ହିନ୍ଦୁତ୍ୱ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧୃବଚରଣ ବେହେରା, କୁଞ୍ଜମୋହନ ସେଠୀ, ଅମିତା ସାହାଣୀ, ମାନସ ରଞ୍ଜନ ବିଶ୍ୱାଳ, ବିଶ୍ୱଜିତ୍ ଷଢଙ୍ଗୀ, ଅନିରୁଦ୍ଧ ବେହେରା, ହରେକୃଷ୍ଣ ରାଉତରାୟ, ଦୀନବନ୍ଧୁ ମିଶ୍ର, ପୂର୍ଣ୍ଣିମା ମିଶ୍ର, ତାପସ ଜେନା, ଜ୍ୟୋତି ରାଉତରାୟ, ମହେନ୍ଦ୍ର ବାରିକ, ସନ୍ତୋଷ କୁମାର ରଣା, ଅଧ୍ୟାପକ ସୁନିଲ କୁମାର ଦାଶ, ଚିତ୍ତରଞ୍ଜନ ବିଶୋଇ, ଅଶୋକ କୁମାର ବେହୁରା, ବିନତି ପ୍ରଧାନ, ସନ୍ତୋଷ କୁମାର ମହାରଣା, ବିଭୁତି ଭୂଷଣ ପାତ୍ର, ସୁକାନ୍ତ ଷଢଙ୍ଗୀ, ପ୍ରକାଶ ସ୍ୱାଇଁ, ଲକ୍ଷ୍ମୀନାରାୟଣ ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।