ବୈଜ୍ଞାନିକ କାନ୍ସୀରାମଙ୍କ ଜୟନ୍ତୀ
ବାଲେଶ୍ୱର : ବହୁଜନ ସମାଜ ପାର୍ଟିର ପ୍ରତିଷ୍ଠାତା ବୈଜ୍ଞାନିକ କାନ୍ସୀରାମଙ୍କ ଜୟନ୍ତୀ ବାଲେଶ୍ୱରର ଆମ୍ବେଦକର ଭବନଠାରେ ବିଏସ୍ପି ଜିଲ୍ଲା ସଭାପତି ଡାକ୍ତର ମନୋଜ କିଶୋର ମାଝୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ନାରୀନେତ୍ରୀ ଆରତୀ ମାଝୀ କାନ୍ସୀରାମଙ୍କ ଉଦେ୍ଦଶ୍ୟରେ କେକ୍ କାଟିଥିଲେ । ଏଥିରେ ବିଏସ୍ପିର ବହୁ କର୍ମକର୍ତ୍ତା ଯୋଗ ଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ନେତା ପ୍ରଫୁଲ୍ଲ ଜେନା ନିଜ ବକ୍ତବ୍ୟରେ କହିଥିଲେ ଯେ, ବିଏସ୍ପି କ୍ଷମତାକୁ ଆସିଲେ ଭାରତରେ ସୁବର୍ଣ୍ଣ ଯୁଗର ଅଧ୍ୟାୟ ଆରମ୍ଭ ହେବ । ଭୋଗରାଇ ନିର୍ବାଚନ ମଣ୍ଡଳୀର ନେତା ସୁବୋଧ ମାଝୀ କହିଥିଲେ ବହୁଜନ ଶାସନ ଆଣିବା ପାଇଁ ଭୋଟ୍ ଆମର ବିକିବା ନାହିଁ । ଉକ୍ତ ଜୟନ୍ତୀ କାର୍ଯ୍ୟକ୍ରମକୁ ସଫଳ କରିଥିବା କର୍ମକର୍ତ୍ତାଙ୍କ ମଧ୍ୟରୁ ସର୍ବଶ୍ରୀ ସାଧୁଚରଣ ମଲ୍ଲିକ୍, ଭାଇ ରାଜେନ୍ଦ୍ର ମାରାଣ୍ଡି, ଭୋଳାନାଥ ବେହେରା, ପ୍ରହଲ୍ଲାଦ ଦାସ, ମନୋଜ ଦାସ, ମନୋରଞ୍ଜନ ମହାଳିକ, କୈଳାସ ଦାସ, ଗଗନ ପାତ୍ର, ଗଂଗାଧର ସେଠୀ, କମଳାକାନ୍ତ ସିଂ, ପ୍ରଶାନ୍ତ ବେହେରା, ଦିଲ୍ଲୀପ ମାଝୀ, ଅଜୟ ଦାସ, ନିରଞ୍ଜନ ମହାଳିକ ଓ ନେତ୍ରୀ କୁଞ୍ଜଲତା ଜେନା ଅନ୍ୟତମ । ଏହି ଉପଲକ୍ଷେ ଏକ ବସ୍ତି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭା ଶେଷରେ ନେତ୍ରୀ ମିନତୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।