ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମା'ତାରିଣୀ ବଣିକ ସଂଘ ଚାମ୍ପିଅନ୍

 ଟମକା: ଟାଟା ଷ୍ଟିଲ ଫାଉଣ୍ଡେସନ ବ୍ରାହ୍ମଣୀପାଳ ଶାଖା ତରଫରୁ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଜନପ୍ରତିନିଧି, ବଣିକ ସଂଘ, ମିଡ଼ିଆ ଏକାଦଶ ଓ ଟାଟା ଷ୍ଟିଲକୁ ମିଶାଇ ମୋଟ ୪ ଗୋଟି ଦଳକୁ ନେଇ ଖେଳ ଅନୁଷ୍ଠିତ ହୋଇଥିଲା । ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ମା’ତାରିଣୀ ବଣିକ ସଂଘ ଓ ଟାଟା ଷ୍ଟିଲ ଫାଇନାଲକୁ ଉତିର୍ଣ୍ଣ ହୋଇଥିଲା । ଶେଷରେ ସଂଘର୍ଷପୂର୍ଣ୍ଣ ଫାଇନାଲରେ ବଣିକ ସଂଘ ଟିମ ଆୟୋଜକ ଟିମ୍କୁ ହାରାଇ ଚମ୍ପିୟନ ହୋଇଥିଲା । ଟାଟାଷ୍ଟିଲ ଫାଉଣ୍ଡେସନ ବ୍ରାହ୍ମଣୀପଳ ୟୁନିଟ ହେଡ୍ ଜୟନ୍ତ କୁମାର ତ୍ରିପାଠୀ, କଳିଙ୍ଗନଗର ୟୁନିଟ ହେଡ ଦେବାଞ୍ଜନ ମୁଖାର୍ଜି, ଦୈତାରୀ ଥାନା ଅଧିକାରୀ ହୃଷିକେଶ ବେହେରା, ଦୈତାରୀ ବନାଂଚଳ ଅଧିକାରିଣୀ ପ୍ରିୟଦର୍ଶିନୀ ସାହୁ, ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଧିର, ବିଶ୍ୱନାଥ ଦାସ, ଟୁନା ସାହୁ, ଜିତୁ ଦାସ, ସୁବାଷ ବାରିକ୍ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଆୟୋଜକ ତରଫରୁ ବରିଷ୍ଠ ଅଧିକାରୀ ଇଶ୍ୱର ଚନ୍ଦ୍ର ପରିଡା, ପ୍ରଭାତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।