ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନରେ  ଅନିୟମିତତା


ବୈଶିଙ୍ଗାରୁ ବିମଳେନ୍ଦୁ ମହାପାତ୍ର
ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବା ସରକାରଙ୍କ ଏକ ମହତ ଯୋଜନା । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ସୁଷମ ଖାଦ୍ୟ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦେ୍ଦଶ୍ୟ । ମାତ୍ର କୁନି କୁନି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ·ଉଳ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଥିବାବେଳେ ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହିଭଳ ଅନିୟମିତତାର ଏକ ଜ୍ୱଳନ୍ତ ଉଦାହରଣ ମିଳିପାରିଛି ।
 ପ୍ରାପ୍ତ ସୂଚନା ମୁତାବକ,  ଉକ୍ତ ବିଦ୍ୟାଳୟରେ ଗତ କରୋନା ସମୟରୁ ସଠିକ୍ ମାପର ·ଉଳ ଯୋଗାଇ ଦିଆଯାଉନଥିଲା । ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା କଥା ପୂର୍ବରୁ ସବୁବେଳେ ·ଉଳ ଯୋଗାଣକାରୀ ସଂସ୍ଥା ନିଜ ଗାଡିରେ ·ଉଳ ନେଇ ଆସି ବୁରାରେ ୫୦କେଜି ·ଉଳ ହିସାବରେ ·ଉଳ ଦେଇ ଯଥାଶୀଘ୍ର ବିଦ୍ୟାଳୟ ପରିସରରୁ ପଳେଇଯାଏ । ଅନେକ ସମୟରେ ଓଜନ କରିବା କଥା କହିଲେ ସମୟ ନାହିଁ ବୋଲି ଦର୍ଶାଇଥାଆନ୍ତି ।  ତେବେ ଗତ ଶନିବାର  ପୂର୍ବ ଭଳି ମଧ୍ୟାହ୍ନଭୋଜନ ·ଉଳ ବଣ୍ଟନ କରିବାକୁ ଆସିଥିବାବେଳେ ବିଦ୍ୟାଳୟର ପରି·ଳନା କମିଟି ଓ ଆଲୁମିନି କମିଟିର ସଦସ୍ୟ ବିଦ୍ୟାଳୟରେ ଉପସ୍ଥିତ ଥିଲେ । କମିଟିର ସମସ୍ତ ସଦସ୍ୟ ବିଦ୍ୟାଳୟ ପାଇବାକୁ ଥିବା ସମସ୍ତ ·ଉଳ ଓଜନ କରି ଦେବା ପାଇଁ କହିଥିଲେ । ଫଳରେ ଓଜନ ଯୋଗାଣ ସଂସ୍ଥାର କର୍ମଚାରୀଙ୍କ ବାରମ୍ୱାର ବାରଣ ସତ୍ତ୍ୱେ କମିଟି ସଦସ୍ୟମାନେ ଏକ ଓଜନ କଣ୍ଟା ଆଣି ଜୋର କରି ଗାଡିରୁ ବାହାର କରାଯାଇଥିବା ଚାଉଳ ବୁରାକୁ ଓଜନ କରିଥିଲେ । ଏବଂ ଦେଖିବାକୁ ପାଇଥିଲେ କି ୫୦କେଜି ଚାଉଳର ଟ୍ୟାଗ ଲାଗିଥିବା ବୁରାର ଓଜନ ମାତ୍ର  ୩୭କେଜି ୯୦୦ଗ୍ରାମ  ହୋଇଥିଲା । ପରେ ଏହାର କାରଣ ପଚାରିବାରୁ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଚାଉଳ ଗାଡିକୁ ଅଟକ ରଖିଥିଲେ କମିଟି ସଦସ୍ୟ । ପରେ ପରେ ବୈଶିଙ୍ଗା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚôବା ପରେ ସ୍ଥିତି ସନ୍ତୁଳନ ହୋଇଥିଲା ଏବଂ ଗାଡିଟିକୁ ଛଡାଯାଇଥିଲା । ଏହି ଭଳି ଘଟଣା କେବଳ ବିଦ୍ୟାଳୟରେ ନୁହେଁ ଅଙ୍ଗନବାଡିରେ ମଧ୍ୟ ଏହି ଭଳି ଘଟଣା ଦେଖିବାକୁ ମିଳିଛି । ଯୋଗାଣକାରୀ ସଂସ୍ଥା ଜାଣିଶୁଣି ଏହିଭଳି କାର୍ଯ୍ୟକରୁଥିବା ନେଇ ଆଲୋଚନା ହେଉଛି । ସରକାର ମଧ୍ୟାହ୍ନଭୋଜନ ଜରିଆରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଯୋଗାଉଥିବା ବେଳେ ବାଟମାରଣା ଯୋଗୁଁ ଏହି ବ୍ୟବସ୍ଥା କେତେ ସଫଳ ତାହା ସଠିକ ଭାବରେ ପରିଲକ୍ଷିତ କରାଯାଇପାରେ । ନେତନଟୀ ବ୍ଲକରେ ମଧ୍ୟାହ୍ନଭୋଜନ ଚାଉଳର ବଣ୍ଟନକୁ ନେଇ ହେଉଥିବା ଏ ଭଳି ଦୁର୍ନୀତି ମାମଲାରେ ଯୋଗାଣକାରୀ ସଂସ୍ଥା ବିରୋଧରେ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ସାଧାରଣରେ ଦାବି କରାଯାଉଛି ।