ବ୍ଲକସ୍ତରୀୟ ଇକୋ ପ୍ରକଳ୍ପ ପ୍ରଦର୍ଶନ

 ବାଣପୁର:  ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଣପୁର ନୋଡାଲ ହାଇସ୍କୁଲରେ ବ୍ଲକ୍ସ୍ତରୀୟ ଇକୋ ପ୍ରକଳ୍ପ ପ୍ରଦର୍ଶନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବାଣପୁର ବ୍ଲକ୍ ଅଧୀନସ୍ଥ ୩୬ଟି ସରକାରୀ ସ୍କୁଲରୁ ଜଣେ ଲେଖାଏଁ ପ୍ରତିଯୋଗୀଙ୍କ ସହିତ ଜଣେ ମାର୍ଗଦର୍ଶକ ଶିକ୍ଷକ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଇକୋ ପ୍ରକଳ୍ପ ପ୍ରଦର୍ଶନୀ ସଭାରେ ବାଣପୁର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସି.ଏଚ. ବିଜୟାଲକ୍ଷ୍ମୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ର-ଛାତ୍ରୀଙ୍କୁ ପରିବେଶ ଅସନ୍ତୁଳିତ ଜନିତ ସମସ୍ୟା ସମ୍ବନ୍ଧରେ ଅବଗତ କରାଇବା ସହିତ ଏହାର ନିରାକରଣ ପାଇଁ ଛାତ୍ରଛାତ୍ରୀମାନଙ୍କ ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିେ । ବିଚାରକ ଭାବେ ବାଣପୁର ଗୋଦାବରୀଶ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ. ସୁଜାତା ମିଶ୍ର, ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ଯାଜ୍ଞସେନୀ ବେହେରା ଓ ରସାୟନ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀ ଯୋଗଦେଇଥିବା ବେଳେ, ବାଣପୁର ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ପ୍ରଧାନ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷକ ତଥା ଶିକ୍ଷକ ପ୍ରତିନିଧି ଶ୍ରୀ କୈଳାସ ଚନ୍ଦ୍ର ଲାଠି ସଭା ସଂଯୋଜନା କରିଥିଲେ । ପ୍ରକଳ୍ପ ପ୍ରତିଯୋଗିତାରେ ଗୋଦାବରୀଶ ବିଦ୍ୟାପୀଠ, ବାଣପୁରର ସାମସ୍ମିତା ପରିଡ଼ା ପ୍ରଥମ ସ୍ଥାନ ଗୋଦାବରୀଶ ବିଦ୍ୟାପୀଠ, ନାଚୁଣୀର ଆଦିତ୍ୟ ନାରାୟଣ ଛୋଟରାୟ ଦ୍ୱିତୀୟ ସ୍ଥାନ ଓ ଭେଟିନାଥ ଦେବ ଉଚ୍ଚ ମାଧ୍ୟମିକ ସ୍କୁଲ ଶୁଭଶ୍ରୀ ପଲାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ୩୧. ୦୧.୨୦୨୫ ତାରିଖରେ ଗୁରୁଜଙ୍ଗ ହାଇସ୍କୁଲ ଖୋର୍ଦ୍ଧାରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଇକୋ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶେଷରେ ଶିକ୍ଷକ ପ୍ରମୋଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲା ବେଳେ, ଶିକ୍ଷୟିତ୍ରୀ ଶିବପ୍ରିୟା ବାରିକ ଓ ସୁଶ୍ରୀ ଶୁଭସ୍ମିତା ସାହୁ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।