ବ୍ଲକ୍ ମତ୍ସ୍ୟଧିକାରୀଙ୍କ ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ 

 ରାଜକନିକା: ରାଜକନିକା ବ୍ଲକ ପରିସରରେ ଥିବା ପୁରୁଣା ଘରେ ଚାଲିଥିବା ମତ୍ସ୍ୟଧିକାରୀଙ୍କ କାର୍ଯ୍ୟାଳୟ ମେଡିକାଲ ଛକ ନିକଟରେ ହୋଇଥିବା ନୂତନ ଗୃହକୁ ସ୍ଥାନାନ୍ତରିତ ହୋଇଛି । ମସô୍ୟ ଅଧିକାରୀ ବାବାଜୀ ଚରଣ ବେହେରା ପୂଜା ପାଠ କରି ଫିତା କାଟି ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ବେହେରା କହିଛନ୍ତି ଯେ ବହୁତ ଦିନ ପରେ ସତନ୍ତ୍ର ଭାବେ କାର୍ଯ୍ୟାଳୟ ହୋଇଥିବାରୁ ଲୋକମାନେ ସରକାରଙ୍କର ସବୁ ଯୋଜନାମାନ ସହଜ ଓ ସୁବିଧାରେ ପାଇପାରିବା ସହିତ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ସାଗର ମିତ୍ର ଦୀପ୍ତି ରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।