ଶଙ୍ଖୁଳା ହାଇସ୍କୁଲ ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି
ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ଶଙ୍ଖୁଳା କଳ୍ପତରୁ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା କଳ୍ପତରୁ ନାୟକଙ୍କୁ ବିଦ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୂର୍ଣର୍ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ପ୍ରତିଷ୍ଠାତାଙ୍କ ଶ୍ରାଦେ୍ଧାସôବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ପାତ୍ର ମୁଖ୍ୟବକ୍ତା, ଶେଣ୍ଡତୀରା ହାଇସ୍କୁଲ ପ୍ରଧାନଶିକ୍ଷକ ଅନନ୍ତ ଚରଣ ନାୟକ ମୁଖ୍ୟଅତିଥି, ନିଳୋକ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁର୍ଯେ୍ୟାଧନ ଜେନା, ସମାଜସେବୀ ଦିବାକର ନାୟକ, ଶିକ୍ଷକ କୈଳାସ ଚନ୍ଦ୍ର ସାମଲ, ଆନନ୍ଦ ଚନ୍ଦ୍ର ପାଢୀ, ଶିକ୍ଷାସଂଯୋଜକ କୁସୁମଲତା ମହାପାତ୍ର ଓ ସଦାଶିବ ଦାସ ସମ୍ମାନି ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ରତିଷ୍ଠାତାଙ୍କ ଆଦର୍ଶ ଓ କର୍ମନିଷ୍ଠା ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଭଣ୍ଡାରିପୋଖରୀ ଏବିଇଓ ମଞ୍ଜୁଳା ନାୟକ ଓ ବନସ୍ତା ପ୍ରଧାନଶିକ୍ଷକ ଦେବେନ୍ଦ୍ର ଜେନାଙ୍କୁ ଶକୁନ୍ତଳା ନାୟକ ସ୍ମୃତିସମ୍ମାନରେ ସମ୍ମାନିତ କରାଯାଇଥିଲା । କଳ୍ପତରୁ ଉଚ୍ଚ ବିଦ୍ୟାଳୟ ପ୍ରମୋଦ ଦାସ ସ୍ୱାଗତ ଭାଷଣ ଓ ଶିକ୍ଷୟତ୍ରୀ କବିତା ମହାରଣା ଧନ୍ୟବାଦ ଦେଇଥିଲେ । ଶିକ୍ଷକ ଆଶ୍ରୀବାଦ ବେହେରା, ବିଶ୍ୱରଞ୍ଜନ ଭୂତିଆ, ଆଲୋକ ଜେନା, ଚନ୍ଦ୍ରଶେଖର ମୁଦୁଲି, ଶିକ୍ଷା କର୍ମଚାରୀ ସଦାଶିବ ଶଙ୍ଖୁଆ ଓ ଗୋପିନାଥ ନାୟକ ଉସôବ ପରିଚାଳନା କରିଥିଲେ ।