ବ୍ଲକସ୍ତରୀୟ ସର୍ବେକ୍ଷଣ କର୍ମଶାଳା

ଜଟଣୀ : ଉପରବସ୍ତ ଠାରେ ଥିବା ସରକାରି ଉଚଚ୍ଚ ପ୍ରାଥମିକ ସ୍କୁଲରେ ରାଜ୍ୟ ସଫଳତା ସର୍ବେକ୍ଷଣ ଫଳାଫଳ ଓ ବିଶ୍ଳେଷଣ ଓ ଯୋଜନା ପ୍ରସ୍ତୁତି ଆଧାରିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଆନୁକୂଲ୍ୟରେ ଶିକ୍ଷକ ପ୍ରଶିକ୍ଷିକା ବୀଣାପାଣି ପାଢୀଙ୍କ ତତ୍ତ୍ୱାବଧାନରେ ଗୋଷ୍ଠୀ ଶିକ୍ଷାଧିକାରୀ ରଶ୍ମିବାଳା ପରିଡ଼ା, ବ୍ଲକ୍ ସାଧନ କେନ୍ଦ୍ର ସଂଯୋଜକ, ବିଭିନ୍ନ କ୍ଳଷ୍ଟର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ସଂଯୋଜିକା, ପ୍ରଧାନଶିକ୍ଷୟିତ୍ରୀ ସ୍ୱପ୍ନାରାଣୀ ବେହେରା ପ୍ରମୁଖ ଯୋଗଦେଇଥିଲେ । ଦଶଟି କ୍ଲଷ୍ଟରରୁ ୨୦ ଜଣ ସମ୍ବଳ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ରାଜ୍ୟ ଓ ଜିଲ୍ଲାର ସ୍ଲାସ ଫଳାଫଳକୁ ଦୃଷ୍ଟିରେ ରଖି ବ୍ଲକର ଦ୍ୱିତୀୟ, ଚତୁର୍ଥ ଓ ସପ୍ତମ ଶ୍ରେଣୀ ଭାଷା ଓ ଗଣିତର ଅଭାବ ରହିଥିବା ଶିକ୍ଷଣ ଫଳାଫଳ ଉପରେ ଶିକ୍ଷାର୍ଥୀଙ୍କ ଅଭିବୃଦ୍ଧି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଚିତ୍ତରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ସିଆରସିସି ରଶ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।