ସ୍ୱେଚ୍ଛାକୃତ ରକ୍ତଦାନ ଶିବିର 

 ଜଟଣୀ: ରକ୍ତ ଅଭାବରୁ କୌଣସି ବ୍ୟକ୍ତି ଯେପରି ମୃତୁ୍ୟ ମୁଖରେ ନପଡେ ଏହି ମହତ୍ତ୍ୱ ଉଦେ୍ଦଶ୍ୟ ନେଇ ସମ୍ବାଦ ଆମ ଓଡ଼ିଶା, ଜଟଣୀ ଲୟର୍ସ ଆସୋସିଏସନ୍ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମିଳିତ ଆନୁକୂଲ୍ୟରେ ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲୟର୍ସ ଆସୋସିଏସନ୍ ସମ୍ପାଦକ ଅରୁଣ ସାହୁ, ସଭାପତି କାହ୍ନୁ ଚରଣ ପ୍ରଧାନ, ଲାଇବ୍ରେରୀ ସମ୍ପାଦକ ଶିବପ୍ରସାଦ ରଥ, ଶିଶୁବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା, ଶିକ୍ଷାବିତ୍ ତ୍ରିଲୋଚନ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ ।