ବ୍ୟବସାୟୀଠୁ ଟଙ୍କା ମାଗି ଫରେଷ୍ଟର ନିଲମ୍ବିତ
କେନ୍ଦୁଝର : ଜଣେ କାଠ ବ୍ୟବସାୟୀଙ୍କ ଠାରୁ ୬ ହଜାର ଟଙ୍କା ମାଗିବା ଘଟଣାରେ ବନ ବିଭାଗ ସୋମବାର ମହିଳା ଫରେଷ୍ଟର ସୁନୀତା ବାଗେଲଙ୍କୁ ନିଲମ୍ବିତ କରିଛି । ଟଙ୍କା ମାଗିବା ଓ ଟଙ୍କା ପାଇବା ନେଇ ହୋଇଥିବା କଥାବାର୍ତ୍ତାର ଅଡିଓ ଭାଇରାଲ ଭାଇରାଲ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ କେନ୍ଦୁଝର ଡିଏଫଓ କହିଛନ୍ତି, ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ । ଏହି କାର୍ଯ୍ୟାନୁଷ୍ଠନକୁ ନେଇ ବନବିଭାଗର ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ମଧ୍ୟରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି ।