ଭଙ୍ଗା ଦଦରା କାଠରେ ଚାଲିଛି ରଥକାର୍ଯ୍ୟ 


ତାଳଚେରରୁ ଅକ୍ଷୟ ମହାରଣା :
ତାଳଚେର ବହୁପୂରାତନ ଘୋଷଯାତ୍ରାକୁ ଆଉ ମାତ୍ର ଅଳ୍ପଦିନ ବାକି ରହିଥିବା ବେଳେ ଏହାର କାର୍ଯ୍ୟ ୮୦% ସରିଯାଇଛି । ମହାରଣାମାନଙ୍କର ଅକ୍ଳାନ୍ତ ପରିଶ୍ରମ ବେଶ ସୁରୁଖୁରୁରେ ରଥକାର୍ଯ୍ୟ ଆଗେଇ ଚାଲୁଥିବା ବେଳେ ଶିଳ୍ପନଗରୀ ତାଳଚେର ଅଞ୍ଚଳରେ ଭଙ୍ଗା ଦଦରା ଉଈଲଗା କାଠରେ ରଥକାର୍ଯ୍ୟ ନିର୍ମାଣ ହେଉଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗାଁକୁ ଗାଁକୁ ବୁଲି ଗତବର୍ଷ ପ୍ରଚୁର ଶାଳକାଠ ସଂଗ୍ରହ କରି ରଥନିର୍ମାଣ ପାଇଁ ଯୋଗାଡ଼ି ଥିବା ବେଳେ କାହିଁକି ଭଙ୍ଗା ଦଦରା କାଠରେ ରଥନିର୍ମାଣ କରାଯାଉଛି । ଏହାକୁ ନେଇ ବିଧାୟକ ପ୍ରଶ୍ନ କରିବା ସହିତ ତିନିଦିଅଙ୍କ ପାଇଁ ପାଖାପାଖି ୨୭ଟି ନାମୀଦାମୀ ପାଟ ରନôବେଦୀରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ପିନ୍ଧାଇ ପହଣ୍ଡି କରାଇବା ଉଦେ୍ଦଶ୍ୟରେ ପ୍ରଦାନ କରିଥିଲେ । ମାତ୍ର ତାହା ଆଜି ଆଉ ଦେଖିବାକୁ ମିଳୁନାହିଁ ବୋଲି ସେ ଦୁଃଖର ସହ ଏହା ପ୍ରକାଶ କରିଛନ୍ତି । ପୁନଶ୍ଚ ସେ କହିଛନ୍ତି ଯେ, ରଥଯାତ୍ରା ଉଦେ୍ଦଶ୍ୟରେ କମିଟି ସଦସ୍ୟମାନେ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରିବା କଥା । ମାତ୍ର ଏହି ଅର୍ଥ ପ୍ରଦାନ ନକରିବା ଏବଂ କମିଟି ବୈଠକରେ ବଡ଼ବଡ଼ କଥାମାନ କହି ସମସ୍ତ କାର୍ଯ୍ୟରେ ବାଧାସୃଷ୍ଟି କରିବା, ଏପରିକି କମିଟି ସଦସ୍ୟ ନହୋଇ ମଧ୍ୟ ବୈଠକରେ ବସି ହୋହାଲା କରିବା ଏହା କେତେ ଯୁକ୍ତି ସଙ୍ଗତ! ତେଣୁ ରଥଯାତ୍ରା କମିଟିର ଯେହେତୁ ତାଳଚେର ଉପଜିଲ୍ଳାପାଳ ଏହାର ସଭାପତି ରହିଛନ୍ତି ଚଳିତ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ କିପରି ସମାପନ କରାଯାଇପାରିବ ଓ ତିନି ଠାକୁର ପାଟ ଓ ରଥକାଠ ବ୍ୟବହାର ହୋଇଛି କି ନାହିଁ ଓ ଏହା କେଉଁଠାରେ ଅଛି ଏସଂକ୍ରାନ୍ତରେ ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଜଗନ୍ନାଥପ୍ରେମୀଙ୍କ ମହଲରେ ଦାବି ହେଉଛି ।