ପୁଅ ନିଖୋଜ ନେଇ ବାପାଙ୍କ ଅଭିଯୋଗ

ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ ରାଣୀଛେଲି ଗ୍ରାମର ଯୁବକ ବିଶେଶ୍ୱର ପଣ୍ଡା(୨୩) ଗତକାଲି ବୁଧବାର ଠାରୁ କେଉଁଆଡ଼ ନିଖୋଜ ନେଇ ଫତେଗଡ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଛନ୍ତି ବାପା ପ୍ରହଲ୍ଲାଦ ପଣ୍ଡ । ପ୍ରହଲ୍ଲାଦଙ୍କ ଲିଖିତ ଅଭିଯୋଗକ୍ରମେ ଫତେଗଡ ଥାନାରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ନିଖୋଜ ଯୁବକ  ବିଶେଶ୍ୱରଙ୍କର ଆଜି ଗୁରୁବାର  ବିଭାଘର ହୋଇଥାନ୍ତା । ଗତକାଲି ବୁଧବାର ମଙ୍ଗନ ତିଥି ଥିଲା । ବିଶେଶ୍ୱର ବୁଧବାର ଅପରାହ୍ନରେ ଏକ ବାଇକ ଯୋଗେ ଗ୍ରାମରୁ ବାହାରି କୌଣସି କାର୍ଯ୍ୟରେ ନିକଟସ୍ଥ ବାହାଡା ଛକକୁ ଯାଇ ଆଉ ଘରକୁ ଫେରିନଥିବା ପରିବାରବର୍ଗଙ୍କ ସୁତ୍ରରୁ ଜଣାପଡିଛି ।ପୁଅର ନିଖୋଜ ନେଇ ପରିବାରବର୍ଗ ଆଶା ଓ ଆଶଙ୍କାରେ ଦିନ କାଟୁଥିବା ବେଳେ ବିଭାଘର ବନ୍ଦ ହୋଇଯିବା ଫଳରେ କନ୍ୟା ପକ୍ଷ ଲୋକ ଘଟଣା ସଂର୍ପକରେ ସୂଚନା ପାଇ ରାଣୀଛେଲି ଗ୍ରାମରେ ଗୁରୁବାର ଆସି ପହଞ୍ଚିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଗତକାଲି ଠାରୁ ନିଖୋଜ ଯୁବକଙ୍କର କୌଣସି ସନ୍ଧାନ ମିଳୁନଥିବାରୁ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି ।