ଭତ୍ତାବୃଦ୍ଧି ଦାବିରେ ବ୍ଲକ ଘେରାଉ

 ଯାଜପୁର: ମଙ୍ଗଳବାର ଭତ୍ତାବୃଦ୍ଧି ଦାବିରେ ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଯାଜପୁର ବ୍ଲକ ଘେରାଉ କରାଯାଇଥିଲା । ଓଡିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ଆହ୍ୱାନରେ ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ରରେ ଦର୍ଶାଯାଇଛି କି ବିଜେପି ନିର୍ବାଚନ ପ୍ରତିଶ୍ରୁତି ଅନୁଯାଇ ୩୦୦୦ ରୁ ୩୫୦୦ଟଙ୍କା ମଧୁବାବୁ ପେନଶନ ହିତାଧିକାରୀ ମାନଙ୍କୁ ଭତା ବୃଦ୍ଧି ଦାବି ପ୍ରଦାନ କରାଯିବ । ହେଲେ ସରକାର ଗଠନକୁ ୪ମାସ ଅତିକ୍ରାନ୍ତ ହୋଇଥିଲେ ବି ଭତ୍ତା ବୃଦ୍ଧି ଦିଗରେ ସରକାର କୌଣସି ଘୋଷଣା କରୁନାହାନ୍ତି । ଦେଶରେ ଦରଦାମ ବୃଦ୍ଧିକୁ ଆଖି ଆଗରେ ରଖି ଅନ୍ୟରାଜ୍ୟ କେରଳ, ଆନ୍ଧ୍ରପ୍ରଦେଶ, ତେଲେଗାନା, ଦିଲ୍ଲୀ, ହରିୟାଣା ଓ କର୍ଣ୍ଣାଟକ ୪୦୦୦ରୁ ୬୦୦ଟଙ୍କା ଭତ୍ତାପ୍ରଦାନ କରୁଥିବା ବେଳେ ଆମ ରାଜ୍ୟର ଡବଲଇଞ୍ଜିନ ସରକାରର ନୀରବତାକୁ ହିତାଧିକାରୀ କଢ଼ା ଜବାବ ଦେବେ ବୋଲି ଭତ୍ତାସଂଘର୍ଷ ସମିତି ପକ୍ଷରୁ ସତର୍କ କରାଯାଇଛି । ବ୍ଲକ ସମୁଖରେ ୨୭ଗୋଟି ଗ୍ରାପରୁ ଭତ୍ତାଧାରୀ ଜିଲା ସଭାପତି ମାୟାଧର ପାତ୍ରଙ୍କ ନେତୃତ୍ତ୍ୱରେ ଘେରାଉ କରିବା ସହିତ ତୁରନ୍ତ ସମସ୍ତଙ୍କ ଭତ୍ତା ବୃଦ୍ଧି ପାଇଁ ମାନପତ୍ର ପ୍ରଦାନ କରିଥିଲେ । ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ସରକାରଙ୍କ ସାଧାରଣ ହିତାଧିକାରୀ ମାନଙ୍କ ଅଧିକାରରୁ ବଞ୍ଚିତ କଲେ ଆସନ୍ତା ଶୀତକାଳୀନ ଅଧିବେଶନ ବେଳେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ ହେବୁବୋଲି ସରକାରଙ୍କ ଉଦ୍ୟେଶରେ ଚେତାବନି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନୀଲ କୁମାର ଦାସ, ବ୍ରହ୍ମାନନ୍ଦ ଦାସ, ନିରୁପମା ମହାରଣା, ଭାସ୍କର ପରିଡା, ପର୍ଶୁରାମ ସାହୁ, ମହିନ୍ଦ୍ର ମହାପାତ୍ର ପରୀକ୍ଷିତ ମଲ୍ଲିକ ପ୍ରମୁଖ ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।