ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ
ବଡ଼ସାହି : ଖୁଣ୍ଟାପାଳ ଗ୍ରାମର ନିୟୁ ଶିବଶକ୍ତି ୟୁଥ କ୍ଲବ୍ର ଏକାଦଶ ବାର୍ଷିକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳରେ ମଧୁପୁରା ଟିମ୍ ଚାମ୍ପିଅନ ହୋଇଥିବା ବେଳେ ତୋଟାପଡ଼ା ଟିମ୍ ରନର୍ସଅପ୍ ହୋଇଥିଲା । ବଡ଼ସାହି ସରପଞ୍ଚ ବୁଧୁରାମ୍ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରି କ୍ରୀଡା ହିଁ ଏକତାର ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ ବୋଲି କହିଥିଲେ । ଉଦ୍ୟାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ବସନ୍ତ କୁମାର ସିଂ ଓ ସର୍ବେଶ୍ୱର ମହାନ୍ତ ଯୋଗଦେଇ ଚାମ୍ପିଅନ୍ ଓ ରନର୍ସ ଅପ୍ ଦଳକୁ ପୁରସ୍କୃତ କରିଥିଲେ । ନଳିନୀ ସେନାପତି ଓ କେଶବ ବାବୁ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । କ୍ଲବ୍ର ସଦସ୍ୟ ନିଶିକାନ୍ତ ମହାନ୍ତ, କମଳ ଲୋଚନ ଦାସ, ଦୁଃଶାସନ ମହାନ୍ତ, ମାନସ ନାଏକ, ଜୟଦେବ ଦାସ, ଶଙ୍କର ବେହେରା, ମଦନ ଦାସ, ମନ ସିଂ, ଶୋଭାକର ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଭାପତି ଦୈତାରି ବେହେରା ଧନ୍ୟବାଦ ଦେଇଥିଲେ ।