ଭାଗବତ ସେବାଶ୍ରମରେ ସମ୍ବର୍ଦ୍ଧନା ଉତ୍ସବ

ଯାଜପୁର: ସାଧକ ବଳରାମ ବାନପ୍ରସ୍ତୀଙ୍କ ଅଷ୍ଟବିଂଶତମ ସାମ୍ବତ୍ସରିକ ସ୍ମୃତିଚାରଣ ଉସôବ ବିଞ୍ଝାରପୁରସ୍ଥ ଭାଗବତ ସେବାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉସôବରେ ସାରସ୍ୱତ ସାଧକ ରବି ଶତପଥିଙ୍କୁ ଉପଢୌକନ, ମାନପତ୍ର ଓ ତାମ୍ର ଫଳକ ପ୍ରଦାନ କରାଯାଇ ସାଧକ ବଳରାମ ବାନପ୍ରସ୍ତୀ ସମ୍ମାନରେ ସମ୍ମାନିତ କରାଯାଇଛି । ଅଖିଳଚକ୍ର ସମ୍ପାଦକ ହରେକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉସôବରେ ଅତିଥି ଭାବେ ମହନ୍ତ ନିତ୍ୟାନନ୍ଦ ମହାରାଜ, କବୟିତ୍ରୀ ନିର୍ମଳା ମିଶ୍ର, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଦାସ ଯୋଗ ଦେଇ ଆଧୁନିକ ସମାଜରେ ମଣିଷ ଆଧ୍ୟାତ୍ମିକ ଜୀବନ ବିନା ଶାନ୍ତି ପାଇ ପାରିବ ନାହିଁ ବୋଲି କହିଥିଲେ । ପ୍ରାରମ୍ଭରେ  ଶିକ୍ଷାବିତ୍ ଅକ୍ଷୟ ଦାସ ସ୍ୱାଗତ ଭାଷଣ ଦେବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଗୌରାଙ୍ଗ ଚରଣ ନାୟକ ଭଜନ ଓ ସୁନାମଣୀ ପୋଥାଳ ସଂଗୀତ ପରିବେଷଣ ପୁର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସୁରେନ୍ଦ୍ର କୁମାର ନାୟକ, ଗୋବର୍ଦ୍ଧନ ସାହୁ, ପରିଚାଳନା କମିଟି ସମ୍ପାଦକ ମନୋଜ ପୋଥାଳ ଦିବସ ବ୍ୟାପୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।