ଭାରତୀୟ ଇତିହାସରେ ଅଗଷ୍ଟ ମାସର ଗୁରୁତ୍ୱ 

ଗୋପାଳ  ମହାପାତ୍ର :  ଅଗଷ୍ଟ ମାସ ଭାରତୀୟ ଇତିହାସ ଦୃଷ୍ଟିରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।  ଅଗଷ୍ଟ ମାସରେ ଭାରତରେ ୩ଟି ଗୁରୁତ୍ୱପୁର୍ଣ୍ଣ ଘଟଣା ଘଟିଥିଲା । କିନ୍ତୁ ଏ ତିନି ଘଟଣାକୁ ଜନ୍ମ ଦେଇଥିବା ଦୁର୍ଭାଗ୍ୟପୁର୍ଣ୍ଣ ୪ର୍ଥ ଘଟଣା ମଧ୍ୟ ଏହି ଅଗଷ୍ଟ ମାସରେ ଘଟିଥିଲା । ଏହି ୪ର୍ଥ ଘଟଣା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ ନାହିଁ ଯଦିଓ ସବୁର ମୂଳ ହେଉଛି ୪ର୍ଥ ଘଟଣା । ବ୍ୟବସାୟ ମାଧ୍ୟମରେ କୌଣସି ଦେଶ ଉପରେ କେମିତି କବ୍ଜା କରାଯାଏ ଏସବୁ କଥା ମଧ୍ୟ ଏହି ୪ର୍ଥ ଘଟଣାର ଆଧାରରେ ଅନୁଶୀଳନ କରାଯାଇପାରେ । ସେହି ଦିନଟି ଥିଲା ୧୬୦୮ ମସିହା ଅଗଷ୍ଟ ୨୪ ତାରିଖ । ଏହି ଦିନଟି ଭାରତ ପାଇଁ ଦୁର୍ଭାଗ୍ୟ ଏବଂ ଦୁର୍ଦ୍ଦଶାର ଦିନ ଭାବେ ସିଦ୍ଧ  ହୋଇଥିଲା କାରଣ ଏହି ଦିନ ସୁରଟ ବନ୍ଦରରେ ହେକ୍ଟର ନାମକ ଜାହାଜ ପହଞ୍ଚôଥିଲା ଏବଂ ଜାହାଜରେ ଆସିଥିଲେ ୱିଲିୟମ ହକିନ୍ସ ନାମକ ଲୁଟେରା ଏବଂ ତାଙ୍କର କିଛି ସହଯୋଗୀ । ନିଜକୁ ଇଷ୍ଟ ଇଣ୍ଡିଆ କମ୍ପାନୀର ବ୍ୟବସାୟୀ ବୋଲି ପରିଚୟ ଦେଉଥିଲେ । ଏହି କମ୍ପାନୀ ଥିଲା ଲଣ୍ଡନରେ । ଲଣ୍ଡନର କିଛି ବ୍ୟବସାୟୀ ଏହି କମ୍ପାନୀ ସ୍ଥାପନ କରିଥିଲେ । ୱିଲିୟମ ହକିନ୍ଦ ତାଙ୍କ ସହଯୋଗୀ ମାନଙ୍କ ସହ ବ୍ୟବସାୟୀ ଭାବେ ଆଗ୍ରା ଯାଇ ପହଞ୍ଚôଲେ ଓ ସେଠି ମୋଗଲ ଶାସକ ସଲିମ ଓରଫ ଜାହାଙ୍ଗୀରଙ୍କ ସହ ଭେଟ କରିଥିଲେ । ମୋଗଲ ସମ୍ରାଟ ସଲିମଙ୍କ ପ୍ରସଙ୍ଗରେ ଇତିହାସରେ ଯାହା ଉଲ୍ଲେଖ ରହିଛି ତାହା ହେଉଛି ସେ ୨୪ ଘଣ୍ଟା ମଦ୍ୟପାନ କରିବା ସହ ଅୟସରେ ବୁଡି ରହୁଥିଲେ । କୁହାଯାଏ ଯେ ସଲିମ ଇଷ୍ଟଇଣ୍ଡିଆ କମ୍ପାନୀର ଏହି ତଥାକଥିତ ବ୍ୟବସାୟୀମାନଙ୍କୁ ସ୍ୱାଗତ କରିଥିଲେ । ଲରି କୋଲିନ୍ସ ତାଙ୍କ ଦ୍ୱାରା ଲିଖିତ ପୁସ୍ତକରେ ସେ ଲେଖିଛନ୍ତି ଯେ ୱିଲିୟମ ହକିନ୍ସ ଏବଂ ତାଙ୍କର ସହଯୋଗୀ ମାନେ ସଲିମଙ୍କୁ ଆପ୍ୟାୟିତ କରି ଏପରିକି ପୁରସ୍କାର ପ୍ରଦାନ କରି ତାଙ୍କ ସହଯୋଗ ପାଇବାରେ ସକ୍ଷମ ହୋଇଥିଲେ । ଲରି କୋଲିନ୍ସ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ସଲିମ ଇଷ୍ଟଇଣ୍ଡିଆ କମ୍ପାନୀର ବ୍ୟବସାୟୀ ମାନଙ୍କ ପାଇଁ ଭବ୍ୟ ସ୍ୱାଗତର ଆୟୋଜନ କରିଥିଲେ ଯାହା ଅଭୂତପୂର୍ବ ଥିଲା ଯେଉଁଥିରେ ହକିନ୍ସ ଏବଂ ତାଙ୍କ ସହଯୋଗୀ ମାନେ କୃତ୍ୟ କୃତ୍ୟ ହୋଇଯାଇଥିଲେ । ଏହାର ଅନ୍ୟ ଅର୍ଥ ହେଉଛି ସେ ସମୟରେ ଇଂରେଜମାନଙ୍କ ସାମାଜିକ ଏବଂ ଆର୍ଥôକ ସ୍ଥିତି ଏତେ ଭଲ ନଥିଲା । କଲିନ୍ସ ତାଙ୍କ ପୁସ୍ତକରେ ଇଂରେଜ ମାନଙ୍କ ଆର୍ଥôକ ସ୍ଥିତି ବାବଦରେ ବର୍ଣ୍ଣନା କରି ଲେଖିଛନ୍ତି ଯେ ଯେତେବେଳେ ୱିଲିୟମ ହକିନ୍ସ ଏବଂ ତାଙ୍କ ସହଯୋଗୀ ମାନେ ସଲିମଙ୍କୁ ଭେଟିଥିଲେ ସେତେବେଳେ ସଲିମ ଏତେ ଧନବାନ ଥିଲେ ଯେ ସଲିମଙ୍କ କୌଣସି ମାମୁଲି ସୁବେଦାରଙ୍କ ଆର୍ଥôକ ସ୍ଥିତି ତୁଳନାରେ ତତ୍କାଳୀନ ଇଂଲଣ୍ଡର ମହାରାଣୀଙ୍କ ସ୍ଥିତି ମଧ୍ୟ ନୂ୍ୟନ ଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସଲିମଙ୍କ ଜଣେ ସୁବେଦାରଙ୍କଠାରୁ ଆର୍ଥôକ ସ୍ତରରେ ନୂ୍ୟନ ଥିବା ଇଂଲଣ୍ଡର ରାଣୀ ପରବର୍ତ୍ତୀ ସମୟରେ ଭାରତର ମହାରାଣୀ ପାଲଟି ଯାଇଥିଲେ । କିନ୍ତୁ ଛଳନା ଏବଂ ଷଡ଼ଯନ୍ତ୍ରରେ ହିଁ ଏକଥା ହୋଇପାରିଥିଲା । ବର୍ତ୍ତମାନର ଏହି ପିଢି ଏକଥା ଜାଣିବା ଆବଶ୍ୟକ ଯେ ଇଂରେଜ ମାନଙ୍କୁ ପରବର୍ତ୍ତୀ ସମୟରେ ଯେପରି ମହିମା ମଣ୍ଡନ କରାଯାଇଥିଲା ତାହା  ସଂପୂର୍ଣ୍ଣ ମନଗଢ଼ା କାହାଣୀ ଥିଲା । ଭାରତ ଉପରେ କବ୍ଜା କରିବା ପୁର୍ବରୁ ଇଂଲଣ୍ଡର କୃଷକମାନେ ଭାରତର କୃଷକମାନଙ୍କ ଠାରୁ ଦରିଦ୍ର ଥିଲେ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଜୀବିକା ନିର୍ବାହ କରୁଥିଲେ । କିନ୍ତୁ ଇଂରେଜମାନେ ଭାରତ ଛାଡିବା ବେଳକୁ ଭାରତର କୃଷକମାନଙ୍କର ଅବସ୍ଥା ୧୬୦୦ ବେଳର ଇଂଲଣ୍ଡର କୃଷକମାନଙ୍କ ଅବସ୍ଥାରେ ପରିଣତ କରିଦେଇଥିଲେ । ସଲିମ ଇଷ୍ଟଇଣ୍ଡିଆ କମ୍ପାନୀକୁ ତାଙ୍କ ଶାସିତ ପ୍ରଦେଶରେ ବ୍ୟବସାୟ କରିବାକୁ ଅନୁମତି ଦେଇଥିଲେ । ଇଷ୍ଟଇଣ୍ଡିଆ କମ୍ପାନୀ ମସଲା, ଚିନି, ଚା ଭଳି ବସ୍ତୁ ବିକ୍ରି କରି ଶତ ପ୍ରତିଶତ ଲାଭ କମାଉଥିଲେ । ଭାରତରେ ସେମାନଙ୍କ ବ୍ୟବସାୟ ସ୍ଥିର କରିବା ପରେ ସେମାନେ ଧୀରେ ଧୀରେ ଭାରତର ଶାସକ ପାଲଟିଥିଲେ । ଏହି ପ୍ରକାର ଅଗଷ୍ଟ ମାସରେ ହିଁ ଇଂରେଜ ମାନେ ତାଙ୍କ ଶାସନର ମଞ୍ଜି ବୁଣିଥିଲେ । ଏହି ଇଂରେଜ ମାନଙ୍କୁ ଦେଶରୁ ତଡିବା ପାଇଁ ସବୁଠାରୁ ବଡ଼ ଆନେ୍ଦାଳନ “ଭାରତ ଛାଡ଼ ଆନେ୍ଦାଳନ” ମଧ୍ୟ ଅଗଷ୍ଟ ମାସରେ ହିଁ ହୋଇଥିଲା ଯାହାକୁ ଅଗଷ୍ଟ କ୍ରାନ୍ତି ବୋଲି କୁହାଯାଏ । ୧୯୪୨ ମସିହା ଅଗଷ୍ଟ ୮ ତାରିଖଦିନ ଭାରତ ଛାଡ଼ ଆନେ୍ଦାଳନ ହୋଇଥିଲା । ସଂଯୋଗ ବଶତଃ ଅଗଷ୍ଟ ମାସରେ ଇଂରେଜ ମାନେ ଭାରତକୁ ଆସିଥିଲେ ଓ ସେଇ ଅଗଷ୍ଟ ମାସରେ ସେମାନଙ୍କୁ ଭାରତ ଛାଡି ଯିବା ପାଇଁ କୁହାଯାଇଥିଲା । ସେଇ ଅଗଷ୍ଟ ମାସର ୧୫ତାରିଖ ଦିନ ଇଂରେଜ ମାନେ ଭାରତରୁ ସବୁଦିନ ପାଇଁ ବିଦାୟ ନେଇଥିଲେ । ୧୯୪୨ ଅଗଷ୍ଟ କ୍ରାନ୍ତି ପରଠାରୁ ୧୯୪୭ଅଗଷ୍ଟ ୧୫ ପର୍ଯ୍ୟନ୍ତ ୫ବର୍ଷ ଏମିତି କ’ଣ ହେଲା ଯେ ଇଂରେଜମାନଙ୍କୁ ଭାରତ ଛାଡିବାକୁ ପଡିଥିଲା ୧୮୫୭ ପୂର୍ବରୁ ଭାରତରେ ବ୍ରିଟିଶ ସରକାରଙ୍କ ଶାସନ ନଥିଲା । ଇଷ୍ଟଇଣ୍ଡିଆ କମ୍ପାନୀ ବେଆଇନ୍ ଭାବେ ଭାରତ ଉପରେ କବ୍ଜା କରିଥିଲା । ଏହାକୁ ଭାରତର ଲୋକେ ଅସ୍ୱୀକାର କରିଥିଲେ ଯାହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ । ୧୮୫୭ର ବିରୋଧ ପରେ ଇଂରେଜ ମାନେ ଏତେ ଭୟଭୀତ ହୋଇଯାଇଥିଲେ ଯେ ଇଷ୍ଟଇଣ୍ଡିଆ କମ୍ପାନୀ ଠାରୁ ଶାସନ ବ୍ୟବସ୍ଥା  ରାଣୀ ଭିକ୍ଟୋରିଆ ନିଜ ହାତକୁ ନେଇ ଯାଇଥିଲେ । ଇଷ୍ଟ ଇଣ୍ଡିଆ କମ୍ପାନୀ ସହ ମରାଠା ଏବଂ ଶିଖ ରାଜାମାନଙ୍କର ଭୟଙ୍କର ଯୁଦ୍ଧ ହୋଇଥିଲା ଏବଂ ମୋଗଲ ଶାସନ ନାମକୁ ମାତ୍ର ରହିଯାଇଥିଲା । କିନ୍ତୁ ଇଂରେଜମାନେ ମୁସଲମାନଙ୍କୁ ଏମିତି ମିଛ ସତ କହି ପ୍ରବର୍ତ୍ତାଇବାରେ ସକ୍ଷମ ହୋଇଥିଲେ ଯେ ମୁସଲମାନ ମାନେ ମୁସଲିମ ଶାସନର କଥା ଉଠାଇବାରେ ଲାଗିଲେ । ଫଳରେ ଇଂରେଜମାନେ ଦେଶ ଛାଡିବା ବେଳେ ଦେଶକୁ ବିଭାଜିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହା ମଧ୍ୟ ଘଟିଥିଲା ଅଗଷ୍ଟ ମାସରେ । ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେବାର ପୂର୍ବଦିନ ଅର୍ଥାତ୍ ଅଗଷ୍ଟ ୧୪ ତାରିଖ ଦିନ ପାକିସ୍ଥାନ ଭାରତରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଥିଲା । ଏଣୁ ଭାରତର ଇତିହାସରେ ଅଗଷ୍ଟ ମାସର ଗୁରୁତ୍ୱ ଅଧିକ ।
ରାମଚନ୍ଦ୍ରପୁର, ରଣପୁର
ମୋ:୯୪୩୮୪୮୫୦୯୪