ଭିଜିଲାନ୍ସ ଜାଲରେ ପୂର୍ବତନ ସିଡିଭିଓ
ଜୟପୁର : ନୂଆପଡାର ପୂର୍ବତନ ସିଡିଭିଓ ତ୍ରିଲୋଚନ ଧଳ ଏବଂ ନୂଆପଡାର ଅଶୋକ କୁମାର ଦାଉ ସାଂଖି୍ୟକ ଗଣନାକାରୀଙ୍କୁ ଓଡିଶା ଭିଜିଲାନ୍ସ ଗିରଫ କରିଛି । ଜାତୀୟ ଜଳବାୟୁ ପରିବର୍ତ୍ତନ ଅନୁକୂଳନ ପାଣ୍ଠି ନାଫାକ ଅଧୀନରେ ୧୮ ଲକ୍ଷ ଟଙ୍କାରୁ ଅଧିକ ପାଣ୍ଠି ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର ଏବଂ ଆତ୍ମସାତ କରିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ନୂଆପଡାର ପୂର୍ବତନ ସିଡିଭିଓ ତ୍ରିଲୋଚନ ଧଳ ଏବଂ ନୂଆପଡାର ସିଡିଭିଓ କାର୍ଯ୍ୟାଳୟର ସ୍ତାଟିଷ୍ଟିକାଲ ଆସିଷ୍ଟାଣ୍ଟ ଅଶୋକ କୁମାର ଦାଉ ନ୍ୟାସନାଲ ଆଡାପ୍ଟେସନ୍ ଫଣ୍ଡ୍ ଫର୍ କ୍ଲାଇମେଟ୍ ଚେଞ୍ଜ ପାଇଁ ଆସିଥିବା ଅନୁଦାନକୁ ଆବଣ୍ଟିତ ନକରି ଦାଉଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ୧୮ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ସ୍ଥାନାନ୍ତରିତ କରାଯାଇଥିଲା । ଏହି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପିଏସରେ ଆଇପିସି ଧାରାରେ ତ୍ରିଲୋଚନ ଧଳ, ପୂର୍ବତନ ସିଡିଭିଓ, ନୂଆପଡ଼ା ଏବଂ ଅଶୋକ କୁମାର ଦାଉ, ଷ୍ଟାଟିଷ୍ଟିକଲ୍ ଇନୁମେରେଟରଙ୍କ ବିରୁଦ୍ଧରେ ମାମଲା ପଞ୍ଜିକୃତ ହୋଇଛି । ଅଧିକା ତଦନ୍ତ ଜାରି ରହିଥିବା କୋରାପୁଟ ମଣ୍ଡଳ ଦୁର୍ନିତୀ ନିବାରଣ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।