ଦୁର୍ଘଟଣାରେ ଯୁବକ ମୃତ
ଦାନଗଦୀ : ରବିବାର ମିଲଟାରୀ-ନୁଆଗଡ଼ ରାସ୍ତାର ରାଣୀପଡ଼ା ଓଭର ବ୍ରିଜ ନିକଟରେ ସଡ଼କ ଦୁର୍ଘଟଣାରେ ଯୁବକଙ୍କର ମୃତୁ୍ୟ ଘଟିଛି । ମୃତ ଯୁବକ କୋରେଇ ଥାନା ଅଶୋକଝର ଗାଁର ଜଗୁ ଦେହୁରୀ (୨୫) ହୋଇଥିବା ବେଳେ ସେ ସାଇକେଲରେ ଆସୁଥିବା ବେଳେ ତାଙ୍କୁ ଏକ ଗାଡି ଧକ୍କା ଦେଇଥିଲା । ମୃତ ଯୁବକର ଶବଯାଜପୁର ରୋଡ଼ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତୀ କରିଛି ।