ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ 

ଅନୁଗୁଳ  : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଠମଲ୍ଲିକ ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରାମଚନ୍ଦ୍ର ଶତପଥୀଙ୍କର ୧୯ଟି ଜାଗାରେ ଚଢ଼ାଉ କରିଛି । ଢେଙ୍କାନାଳ ପୈତୃକ ବାସଭବନ ସମେତ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, କ୍ୱାଟର, କଟକ ଓ ଭବାନୀପାଟଣା ଭଳି ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି  । ଆଜି ତାଙ୍କ କାର୍ଯ୍ୟାଳୟ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ବାସଭବନ ଉପରେ ଭିଜିଲାନ୍ସ ଟିମ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲା । ଏହି କ୍ରମରେ ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ, ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ କଟକରେ ଚଢ଼ାଉ ଚାଲିଛି । ଆଜି ସକାଳେ ଭିଜିଲାନ୍ସ ଟିମ୍ ରାମଚନ୍ଦ୍ର ଶତପଥୀଙ୍କ ଜ୍ୱାଇଁ ଜୁନାଗଡ଼ ଡାକ୍ତରଖାନାରେ କାମ କରୁଥିବା ଡାକ୍ତର ତପନ ତ୍ରିପାଠୀଙ୍କ ଘରୁ  ନଗଦ ୨୨ ଲକ୍ଷ ଟଙ୍କା ଠାବ କରିଛି । ଏହି ଟଙ୍କା ତାଙ୍କର ନୁହେଁ ବରଂ ତାଙ୍କ ଶ୍ୱଶୁର ରାମଚନ୍ଦ୍ର ଶତପଥୀଙ୍କର ବୋଲି ଡାକ୍ତର ତପନ ତ୍ରିପାଠୀ ଭିଜିଲାନ୍ସକୁ ସଫେଇ ଦେଇଥିବା କୁହାଯାଉଛି ।  ଝିଅ ଘରେ ବି ଅନୈତିକ ଉପାୟରେ ଠୁଳ କରିଥିବା ଟଙ୍କା ଲୁଚାଇଥିବା କୁହାଯାଉଛି । ଏଥିସହ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼ରେ ଥିବା ଦୁଇ ଝିଅଙ୍କ ଘରେବି ଚଢ଼ାଉ ଚଳାଇଛି ଭିଜଲାନ୍ସ ଟିମ୍ । ଅଧିକ ତଦନ୍ତ ପାଇଁ ରାମଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଇଛି ଟିମ୍  । ଏହି ଚଢଉରେ ୭ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସପି), ୧୫ ଜଣ ଇନ୍ସପେକ୍ଟର ଏବଂ ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । ଏହାସହ ଅନ୍ୟାନ୍ୟ ସମ୍ପତ୍ତି ବାବଦରେ ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆଜିର ଚଢାଉ ବେଳେ ଢେଙ୍କାନାଳରେ ତାଙ୍କର ୫ ହଜାର ବର୍ଗ କ୍ଷେତ୍ରର ଏକ ଘର, ୩୨୬ ଗ୍ରାମ ସୁନା, ସମୁଦାୟ ୨୩.୯୫ ଲକ୍ଷ ଟଙ୍କା , ୬୩.୬୯ ଟଙ୍କାର ବ୍ୟାଙ୍କ ଡିପୋଜିଟ ଏବଂ ୨ ଟି କାର ଏବଂ ୨ ଟି ମୋଟରସାଇକେଲ ଥିବା ଜଣା ପଡିଛି  । ସୂଚନା ଅନୁସାରେ ତାଙ୍କ ନାମରେ ପୂର୍ବରୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇଥିଲା  ।  ଆଠମଲ୍ଲିକ ଅଞ୍ଚଳର ଜଣେ ସରପଞ୍ଚ ତାଙ୍କ ବିଲ୍ ପାସ କରି ଦେବା ପାଇ ତାଙ୍କୁ ହଇରାଣ କରୁଥିବା ବେଳେ ସେ ଗୋଡ଼ ଧରି ନିବେଦନ କରିବା ସହ ଏକ ଭିଡିଓ ସୋସିଆଲ ମିଡଆ ରେ ଭାଇରାଲ ହେବା ସହ ବିଭିନ୍ନ ବିଲ୍ ପାସ କରୁବା ସମୟରେ ମୋଟା ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହୋଇଥିଲା ।