ଜଗତସିଂହପୁର ଶୌଣ୍ଢିକ ସମାଜର ବାର୍ଷିକ ସମ୍ମିଳନୀ
ଜଗତସିଂହପୁର : ରାଜ୍ୟ ଶୌଣ୍ଢିକ ସମାଜ ଅନୁବନ୍ଧିତ ଜିଲ୍ଲା ଶୌଣ୍ଢିକ ସମାଜର ବାର୍ଷିକ ସମ୍ମିଳନୀ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ବରେ ଅତିଥିମାନଙ୍କ ଦ୍ୱାରା ମା’ ଶାରଳା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି ସମ୍ମିଳନୀର ଶୁଭଉଦଘାଟନ କରାଯାଇଥିଲା । ଜିଲ୍ଲା କମିଟିର ସମ୍ପାଦକ ଅମରଜ୍ୟୋତି ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଶୌଣ୍ଢିକ ସମାଜର ରାଜ୍ୟ ସଭାପତି ବିକ୍ରମ କିଶୋର ସାହୁ, ସାଧାରଣ ସମ୍ପାଦକ ଉଦୟନାଥ ସାହୁ, ପୂର୍ବତନ ସମ୍ପାଦକ ଭରତ ମଣ୍ଡଳ, ମୁଖ୍ୟ ଉପଦେଷ୍ଟା କୋଦଣ୍ଡ ଚୌଧୁରୀ, ଉପଦେଷ୍ଟା ବସନ୍ତ କୁମାର ସାହୁ, ସମ୍ପାଦକ ପ୍ରଭାତ କୁମାର ସାହୁ, ଯୁବ ସଭାପତି ମଙ୍ଗରାଜ ସାହୁ ପ୍ରମୁଖ ଯୋଗଦେଇଥିଲେ । ଶୁଣ୍ଢି ଜାତି ଭାଇମାନଙ୍କ ପାଇଁ ଭୁବନେଶ୍ୱରରେ ଏକ ଭବନ ନିର୍ମାଣ ସହିତ ଗରିବ ଶ୍ରେଣୀର ଜାତି ଭାଇମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଜାତି ବିବାହ ତଥା ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରାଯାଇଥିଲା । ଜିଲ୍ଲା କମିଟିରେ ଉପଦେଷ୍ଟା ଅକ୍ଷୟ କୁମାର ସାହୁ, ବସନ୍ତ କୁମାର ସାହୁ, ସଭାପତି ପ୍ରଭାକର ସାହୁ, ଉପସଭାପତି ସୁରେନ୍ଦ୍ର କୁମାର ସାହୁ ଓ ଜୟନ୍ତ କୁମାର ସାହୁ, ସମ୍ପାଦକ ଅମରଜ୍ୟୋତି ସାହୁ, ସହ ସମ୍ପାଦକ ଅରକ୍ଷିତ ସାହୁ, କୋଷାଧକ୍ଷ ଅଶୋକ କୁମାର ସାହୁ, ମହିଳା ସଭାପତି ସ୍ୱର୍ଣ୍ଣଲତା ସାହୁ, ସମ୍ପାଦିକା ଲକ୍ଷ୍ମୀପ୍ରିୟା ସାହୁ, ଯୁବ ସଭାପତି ଶୁଭ୍ରଜ୍ୟୋତି ସାହୁ, ସମ୍ପାଦକ କୁମରବର ସାହୁ, ଯୁଗ୍ମ ସମ୍ପାଦକ ସଞ୍ଜୟ ସାହୁ, ଚିତ୍ତରଞ୍ଜନ ସାହୁ ଓ ସୁମନ୍ତ କୁମାର ସାହୁ, ମିଡ଼ିଆ ସଂଯୋଜକ ସରୋଜକାନ୍ତ ସାହୁଙ୍କ ନାମ ଘୋଷଣା କରାଯାଇଥିଲା । ଏହି ସଭାରେ ଆଦର୍ଶ ବିବାହ କରିଥିବା ଦମ୍ପତିକୁ ଏକ ସିଲେଇମେସିନ ଓ ଅନ୍ୟ ଜଣେ ମହିଳାଙ୍କୁ ଶୌଚାଳୟ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲାରୁ ଶତାଧିକ ଜାତି ଭାଇ ଓ ଭଉଣୀ ମାନେ ଯୋଗଦେଇଥିଲେ । ଉପଦେଷ୍ଟା ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ଓ ଉପସଭାପତି ଜୟନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।