ଭିନ୍ନକ୍ଷମ ଶିବିର
ନୀଳଗିରି: ନୀଳଗିରି ବ୍ଲକ ପରିସରରେ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶହ ଶହ ହିତାଧିକାରୀମାନେ ପହଞ୍ଚô ନିଜ ନିଜର ନାମ ପଞ୍ଜିକରଣ କରିଥିଲେ । ଏଥିପାଇଁ ନୀଳଗିରି ବିଡ଼ିଓ ବିକ୍ରମ କେଶରୀ ପରିଡ଼ା ସମସ୍ତ ପ୍ରକାର ବ୍ୟବସ୍ଥା କରାଇଥିଲେ । ବିଭିନ୍ନ ହଲରେ ଭିନ୍ନ ଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ପରିସ୍ଥିତି ପରୀକ୍ଷା କରିଥିଲେ । ଅସ୍ଥି ଶଲ୍ୟ, ଆଖି, କାନ, ନାସା, ଏମ୍ଆର୍, ବିଭାଗରେ ମୋଟ ୧୧୪୦ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିବାର ବିଡ଼ିଓ ସୂଚନା ଦେଇଛନ୍ତି । ବ୍ଲକ ପକ୍ଷରୁ ସମସ୍ତଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା । ଶାନ୍ତିପୂର୍ଣ୍ଣ ଭାବେ ଶିବିର ସମାପନ ହୋଇଥିବାବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।