ଭୁବନେଶ୍ୱର ସରକନ୍ତରାରେ ଏମ୍ସ କର୍ମଚାରୀଙ୍କୁ ଗୁଳିମାଡ଼

ଭୁବନେଶ୍ୱର ସରକନ୍ତରାରେ ଏମ୍ସ କର୍ମଚାରୀଙ୍କୁ ଗୁଳିମାଡ଼

ଭୁବନେଶ୍ୱର : ଭୁବନେଶ୍ୱର ସରକନ୍ତରାରେ ଏମ୍ସ କର୍ମଚାରୀଙ୍କୁ ଗୁଳିମାଡ଼ । ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସୂଚନା ମୁତାବକ, ସୁଧାଂଶୁ ଖୁଣ୍ଟିଆ ଘର ଭୁବନେଶ୍ୱର ସରକାନ୍ତରା ଗାଁ । ସେ ଏମ୍ସ ମେଡ଼ିକାଲରେ ଲ୍ୟାବ ଟେକନିସିଆ ଭାବେ କାର୍ଯ୍ୟ କରୁଥିଲେ । ସକାଳୁ ଡ଼୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ସୁଧାଂଶୁଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁର୍ବ ଶତୃତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି ।