ନଦୀକୁ ଗାଧେଇବାକୁ ଯାଇ ୨ ନାବାଳକ ନିଖୋଜ

କୂଳସରିଚୁଆଁ ନିକଟ କାଠଯୋଡ଼ି ନଦୀରେ ଅଘଟଣ । ନଦୀରେ ଗାଧୋଇବା ସମୟରେ ଭାସିଯାଇ ଦୁଇଜଣ ନାବାଳକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଉଭୟଙ୍କ ଘର ସ୍ଥାନୀୟ ବସ୍ତକୁଣ୍ଡଳ ଗ୍ରାମରେ ବୋଲି ଜଣାପଡ଼ିଛି । । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛି ।