ମଡେଲ ପାର୍କ ନିର୍ମାଣ ପାଇଁ ସ୍ଥାନ ନିରୀକ୍ଷଣ 

 ବେତନଟୀ : ଦୀର୍ଘଦିନ ପରେ ବେତନଟୀବାସୀଙ୍କ ଆଶା ପୂରଣ ହେବାକୁ ଯାଉଛି । ବଡ଼ସାହି  ବିଧାୟକ ସନାତନ ବିଜୁଳିଙ୍କ ପ୍ରଚେଷ୍ଟାରେ ବେତନଟୀରେ ନିର୍ମାଣ ହେବ ମଡେଲ ପାର୍କ । ଏଥିପାଇଁ ୧୮ ନମ୍ୱର ଜାତୀୟ ରାଜପଥ ନିକଟସ୍ଥ ବେତନଟୀ ପୋଖରୀ ନିକଟରେ ସ୍ଥାନ ନିରୀକ୍ଷଣ କରାଯାଇଛି । ବଡସାହି ବିଧାୟକ ସନାତନ ବିଜୁଳି, ବାରିପଦା ପିଡି ଧର୍ମାନନ୍ଦ ବେହେରା ଓ ବେତନଟୀ ବିଡିଓ ଶୁଶାନ୍ତ କୁମାର ସୁତାର, ସହକାରୀ ନିର୍ବାହୀ ଯନ୍ତ୍ରୀ ସୈମ୍ୟଶ୍ରୀ ଭୋଇ ପ୍ରମୁଖ ଉପସ୍ଥିତ ରହି ସ୍ଥାନ ନୀରିକ୍ଷଣ କରିଛନ୍ତି । ଫଳରେ ଦୀର୍ଘଦିନରୁ ଲଟା ବୁଦାରେ ଭରି ରହିଥିବା ବେତନଟୀ ପୋଖରୀର ଉନ୍ନତିକରଣ ହେବା ସହିତ ଦେଢ ଏକର ପରିମିତ ଜାଗାରେ ନିର୍ମାଣ ହେବ ମଡେଲ ପାର୍କ । ମଡେଲ ପାର୍କ ନିର୍ମାଣ ହେଲା ପରେ ଏହା ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ ହୋଇପାରିବ । ଏହି ସ୍ଥାନ ନିରୀକ୍ଷଣ ସମୟରେ ବେତନଟୀ ମଣ୍ଡଳ ସଭାପତି ଜୀବନ ପରିଡା, ସମାଜସେବୀ ନିରଞ୍ଜନ ମହାନ୍ତି, ଯୁବସଂଗଠକ ଚନ୍ଦ୍ରଶେଖର ବେରା, ବରିଷ୍ଠ ନେତା ହିମାଂଶୁ କବାଟ, ଯୁବ ନେତା ଶାନ୍ତନୁ ପଣ୍ଡା, ସଂଜୀବ ଜେନା, ମନୋଜ ପଣ୍ଡା, ସୁଧାକର ପଣ୍ଡା, ଭୈରବ ନାଥ, ଗୈାରବ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।