ଦୁର୍ଘଟଣାରେ ଯୁବକ ମୃତ 

 ମାଲକାନଗିରି:  ମାଲକାନଗିରି ଜିଲ୍ଲାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ଘଟିଛି । ମୃତ ଯୁବକଙ୍କ ନାମ ସାହିଲ କବିରା(୧୮) । ତାଙ୍କ ଘର ଏମ୍ଭି ୨୪ ଗ୍ରାମରେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ସାହିଲ ମୋଟର ସାଇକେଲ ଯୋଗେ କାଙ୍ଗୁରୁକୋଣ୍ଡା ଗ୍ରାମକୁ ଜଗଦ୍ଧାତ୍ରୀ ପୂଜା ଦେଖିବା ପାଇଁ ଯାଉଥିଲେ । ଏହି ସମୟରେ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ସେ ଏକ ଗଛ ସହ ଧକ୍କା ହୋଇ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଇଥିବା ବେଳେ ଆଜି ତାଙ୍କର ମୃତୁ୍ୟ ହୋଇଥିବା ଜଣାପଡିଛି । ମୃତୁ୍ୟ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଥିବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।