ମଣିପାଲ ହସ୍ପିଟାଲର ସଫଳତା : ୨୨ ବର୍ଷ ପରେ ଚାଲିଲେ ଯୁବକ
ଭୁବନେଶ୍ୱର: ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭୁବନେଶ୍ୱରସ୍ଥିତ ମଣିପାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗ । ଏଠାରେ ଏକ ଜଟିଳ ଅପରେସନ୍ ସଫଳତାର ସହିତ ହୋଇଛି । ଯାହା ଫଳରେ ୪୬ ବର୍ଷୀୟ ସୁଶାନ୍ତ କୁମାର ପଣ୍ଡା ପୁନଜୀର୍ବନ ପାଇଛନ୍ତିି । କଟକ ନିବାସୀ ସୁଶାନ୍ତ ଗତ ୨୨ ବର୍ଷ ଧରି ଆଙ୍କୋଲୋଜିଙ୍ଗସ୍ପଣ୍ଡିଲାଇଟିସ୍ ରୋଗରେ ଆକ୍ରାନ୍ତ ଥିଲେ, ତାଙ୍କ ଶରୀରର ଅନେକ ବଡବଡଗଣ୍ଠିଗୁଡିକ ପ୍ରଭାବିତ ହୋଇଥିଲା । ଯାହା ଫଳରେ ୨୨ ବର୍ଷ ଧରି ଗୋଟିଏ ବାଡି ଉପରେ ନିର୍ଭର କରି ଚାଲୁଥିଲେ, ବିନାଲାଠିରେ ସେ ଠିଆ ହେବାର ଦୂରର କଥା ବସି ମଧ୍ୟ ପାରୁନଥିଲେ । ଦୀର୍ଘବର୍ଷ ଧରି ଏଭଳି ଯନ୍ତ୍ରଣା ଯୁକ୍ତ ଜୀବନ ଅତିବାହିତ କରୁଥିବା ସୁଶାନ୍ତ ଶେଷରେ ୨୦୨୨ ମସିହାରେ ମଣିପାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କିଶୋର କୁମାର ପଣ୍ଡାଙ୍କ ସହ ପରାମର୍ଶ କଲେ । ସମସ୍ତ ପ୍ରକାର ଡାକ୍ତର ପରୀକ୍ଷା ପରେ ଡାକ୍ତର କିଶୋର ପଣ୍ଡା, ତାଙ୍କ ଦୁଇଟି ଯାକହିପ୍ ଓ ଆଣ୍ଠୁ ପ୍ରତିରୋପଣ କରିଥିଲେ । ଯାହା ଫଳରେ ସୁଶାନ୍ତ ବର୍ତ୍ତମାନ ନିଜଗୋଡରେ ନିଜେ ଛିଡାହେବା ସହିତ ଚଲାବୁଲା କରିବା ଏବଂ ଏକ ଯନ୍ତ୍ରଣା ମୁକ୍ତ ଜୀବନ ଅତିବାହିତ କରୁଛନ୍ତି । ତେବେ ମଣିପାଲ ହସ୍ପିଟାଲର ଅତ୍ୟାଧୁନିକ ଅପରେସନ୍ ଥିଏଟର, ଆନେସ୍େଥସିଆ ଡାକ୍ତର ସ୍ୱର୍ଣ୍ଣମୟୀ ଶତପଥୀ ଓ ତାଙ୍କ ଟିମ୍, ଫିଜିଓଥେରାପି ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀ ଓ ତାଙ୍କ ଟିମ୍ ଏବଂ ଅନ୍ୟ ଡାକ୍ତର ଓ ନର୍ସଙ୍କ ସହଯୋଗରେ ଏଭଳି ଜଟିଳ ରୋଗର ସଫଳତାର ସହିତ ସର୍ଜରୀ ହୋଇପାରିଛି । ଏହି ସଫଳତା ପାଇଁ ମଣିପାଲ ହସ୍ପିଟାଲର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର ଶୁଭେଚ୍ଛା ଜଣାଇଛନ୍ତି ।