ଜହଳ ହାଇସ୍କୁଲରେ ସୁବର୍ଣ୍ଣ ଜୟନ୍ତୀ ଉଦ୍ୟାପିତ
ଯାଜପୁର ବ୍ଲକ୍ ବେରୁଦା ପଞ୍ଚାୟତ ଜହଳ ଗ୍ରାମର ଖରସ୍ରୋତା ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ୟାପିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଯାଜପୁର ବିଧାୟିକା ସୁଜାତା ସାହୁ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡା ପ୍ରମୁଖ ଯୋଗ ଦେଇଥିବା ବେଳେ, ଦ୍ୱିତୀୟ ଦିନରେ ଶ୍ରମିକ ନେତା ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ସନ୍ତୋଷ ନନ୍ଦ, ଗୋକର୍ଣ୍ଣିକା ସାହିତ୍ୟ ପତ୍ରିକାର ସମ୍ପାଦକ ରମାକାନ୍ତ ଜେନା, ଶିକ୍ଷାବିତ କୁମରବର ଦାସ ପ୍ରମୁଖ ଯୋଗଦେଇ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଉଦ୍ୟାପନୀ ଉତ୍ସବରେ ଅତିଥି ଭାବେ ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ପ୍ରମୁଖ ଯୋଗଦେଇ ଏଅଂଚଳର ଭୌଗୋଳିକ ଅବସ୍ଥିତି ସମ୍ପର୍କରେ ସୂଚନା ଦେବା ସହ ବନ୍ୟା ପ୍ରପିଡ଼ିତ ଅଂଚଳରେ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଯେଉଁମାନେ ଅକ୍ଳାନ୍ତ ପରିଶ୍ରମ କରି ଏପରି ଏକ ମଣିଷ ତିଆରି କାରଖାନା ପ୍ରତିଷ୍ଠା କରିଛନ୍ତି ସେମାନଙ୍କ ନିକଟରେ ଆଜିର ସମାଜ ନମସ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ସଭାପତି ଆର୍ତତ୍ରାଣ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନଶିକ୍ଷକ ଅଶୋକ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ଦିବଂଗତ ଶିକ୍ଷକଙ୍କ ଉଦେ୍ଦଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଭରତ ଚନ୍ଦ୍ର ବେହେରା, ଇନ୍ଦ୍ରମଣି ନାୟକ, କୈଳାସ ଚନ୍ଦ୍ର ବାରିକ୍,କେଦାର ଭଦ୍ର, ରବୀନ୍ଦ୍ର କୁମାର ପହି, ଭରତବନ୍ଧୁ ବେହେରା, ଭଗବାନ ନାୟକ ପ୍ରମୁଖ ପ୍ରାକ୍ତନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବଦ୍ରି ନାରାୟଣ ଭଦ୍ର ଧନ୍ୟବାଦ ଅର୍ପଣ କରିଥିଲେ ।