ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ : ରାଜେଶ ଜେନା ଓ ସଂପୂର୍ଣ୍ଣା ମିଶ୍ର ଗୋପ ବ୍ଲକ ଟପର
ଗୋପ: ବିଗତ ବର୍ଷ ପୁରୀ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ପଞ୍ଚମ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାର ଫଳାଫଳ ଅହେତୁକ ବିଳମ୍ବ ପରେ ଗତ ୧୯ ତାରିଖ ବୁଧୁବାର ହିଁ ପ୍ରକାଶିତ ହୋଇଛି । ଗୋପ ଶିକ୍ଷା ମଣ୍ଡଳରେ ପଞ୍ଚମ ଶ୍ରେଣୀ ବୃତ୍ତି ନିମନ୍ତେ ମୋଟ ୨୨୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ସ୍ଥଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୪ ଜଣ ବୃତ୍ତି ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଠିକ ସେହିପରି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ନିମନ୍ତେ ମୋଟ ୨୯୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବସ୍ଥଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୪ ଜଣ କୃତ କାର୍ଯ୍ୟ ହୋଇଛନ୍ତି । ଗୋପ ହାପି କଲୋନୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାର ଛାତ୍ର ରାଜେଶ ଜେନା ୨୦୨୪ ଶିକ୍ଷା ବର୍ଷ ପାଇଁ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପାଇବା ସହିତ ବ୍ଲକ ଟପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ସେହିଁ ବିଦ୍ୟାଳୟର ଛାତ୍ରୀ ସ୍ୱୟଂସ୍ଥିତ ପ୍ରଜ୍ଞ୍ୟା ୟାଦବ । ଠିକ ସେହିପରି ମଲ୍ଲଗ୍ରାମ ପି ୟୁ ପି ଏସ ସ୍କୁଲ ଛାତ୍ରୀ ସ୍ୱାଗତିକା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସ୍ୱାୟଂଶ୍ରୀ ନାୟକ । ସୁଶ୍ରୀ ଶ୍ରୀୟାଲିନ ଦାସ । ବିଶ୍ୱଜିତ ସାହୁ । ମାନସ୍ୱିନୀ ପ୍ରଧାନ । ସୁପ୍ରିୟା ପ୍ରିୟଦର୍ଶିନୀ ବେହେରା । ଅଞ୍ଜେଲିନା ସ୍ୱାଇଁ । ଆଦିତ୍ୟ ପରିଡା, ଆଶୁତୋଷ ନାୟକ, ହରପ୍ରିୟା ବିଶ୍ୱାଳ, ଦିପାଲୀ ପ୍ରଧାନ, ଲଷ୍ମୀପ୍ରିୟା ବେହେରା, ଠିକ୍ ସେହିପରି ତୃତୀୟ ଶ୍ରେଣୀରେ ଗୋପ ବ୍ଲକ ଟପର ହୋଇଛନ୍ତି ଗୋପ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଛାତ୍ର ଶୁଭ୍ରାଂଶୁ ସୌରଭ ସ୍ୱାଇଁ, ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ମଲ୍ଲଗ୍ରାମ ପି ୟୁ ପି ଏସ ର ଛାତ୍ର ଦେବୀପ୍ରସାଦ ମିଶ୍ର । ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଯଉଁଲି ପୋଖରୀ ଶ୍ୱେତସୀମରଣ ବିଶ୍ୱାଳ । ସିଦ୍ଧିସମ୍ପୂର୍ଣ ପଣ୍ଡା, ଆଶିଷ ବେହେରା, ନାରାୟଣ ସ୍ୱାଇଁ, ମଧୁସ୍ମିତା ପତି, ସୂର୍ଯ୍ୟ ପ୍ରସାଦ ତ୍ରିପାଠୀ, ଦୁ୍ୟତିକାନ୍ତ ସ୍ୱାଇଁ, ସାଈଶ୍ୱଅଷ୍ଟିକ ପଣ୍ଡା, ପ୍ରିୟାଂଶୁ ପ୍ରଧାନ ସଂପୂର୍ଣ୍ଣା ମିଶ୍ର, ଆରାଧ୍ୟା ରାଉତ, ଦେବରାଜ ସାଠୁଆ, ଏମାନେ ସମସ୍ତେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ୨୦୨୪ ଶିକ୍ଷା ବର୍ଷ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବାରୁ ନିଜ ନିଜ ସ୍କୁଲ ଖୁସିର ଲହରୀ ଖେଳିଯାଇଛି