ମଦ ଚାଲାଣ,୨ ଗିରଫ

 ବାଣପୁର, ୨: ସ୍କୁଟିରେ ଚୋରା ମଦ ଚାଲାଣ ବେଳେ ଦୁଇଜଣ ମହିଳା ପୋଲିସ ହାବୁଡରେ ପଡି ଗିରଫ ହୋଇଛନ୍ତି । ଆଦିବାସୀ ବହୁଳ କୋଶରଡା ଗ୍ରାମର ଫୁଲ ଶବର ଓ କୁମାରୀ ଶବର ଏକ ସ୍କୁଟିରେ ବେଆଇନ ଦେଶୀ ମଦ ଚାଲାଣ କରୁଥିବା ବେଳେ କୁମାରାଙ୍ଗ ଛକ ନିକଟରେ ବାଣପୁର ପୋଲିସ ସଂଦେହରେ ଉଭୟଙ୍କୁ ଅଟକାଇ ତନଖି କରିବାରେ ସ୍କୁଟିରୁ ୭୫ଲିଟର ଦେଶୀ ମଦ ଜବତ କରିଥିଲା । ପୋଲିସ ଏକ ମୋକଦ୍ଦମା ରୁଜୁ କରି ଉଭୟହ୍କୁ ଗିରଫ କରିଥିବା ଥାନା ଅଧିକାରୀ ରମେଶ ଦେବତା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଅଙ୍ଗନବାଡି ଦିଦି ହୋଇଥିବା ବେଳେ ଅନ୍ୟଜଣେ ଆଶା କର୍ମୀ ବୋଲି ଜଣା ଯାଇଛି ।