ମଦ ଜବତ, ମହିଳାଙ୍କ ସମେତ ୩ ଗିରଫ

 ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିଦେ୍ର୍ଦଶକ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ତ୍ୱାବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ମୋବାଇଲ ଏସଆଇ ସୁଜିତ କୁମାର ନାଗଙ୍କ ନେତୃତ୍ୱରେ ନାଚୁଣୀ ଥାନା ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମରେ ଚଢ଼ାଉ କରାଯାଇ ଦୁଇ ପୁରୁଷ ସମେତ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଡୁରୀ ସ୍ୱାଇଁ (୬୭), ସତ୍ୟବାଦୀ ପ୍ରଧାନ (୫୬) ଏବଂ ବୁଧି ପ୍ରଧାନ (୪୫)  । ସେମାନଙ୍କ ନିକଟରୁ ୫୧୦ ଲିଟର ଚୋରା ଦେଶୀ ମହୁଲି ମଦ ଜବତ ହୋଇଛି ।  ଅଭିଯୁକ୍ତମାନେ କନ୍ଧ ଆମ୍ବଝର ଜଙ୍ଗଲ ମଧ୍ୟରେ ଦେଶୀ ମହୁଲି ମଦ ରାନ୍ଧୁଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ସମସ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି  ।