ଲାଗୁ ହେଲା ଦୀପାବଳି ପାଇଁ କଟକଣା

ଲାଗୁ ହେଲା ଦୀପାବଳି ପାଇଁ କଟକଣା

ଭୁବନେଶ୍ୱର : ଦିପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଟକଣା । ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳବ ଦୀପାବଳି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍‌ ଆଣିଛି । ଦୀପାବଳିରେ ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟାକୁ ବାରଣ କରି କଡା ନିର୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା । 

   ସେ କହିଛନ୍ତି, ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ ନିଆ ଯିବ କଡା କାର୍ଯ୍ୟାନୁଷ୍ଠାନ । ଦୀପାବଳିରେ ଗ୍ରୀନ୍‌ ବାଣ ଫୁଟାଇବା ପାଇଁ ପୁଲିସ ଅନୁରୋଧ କରିଛି । ସେହିଭଳି ମଦ ପିଇ ଗାଡ଼ି ଚଳାଇଲେ ଗାଡ଼ିକୁ ଜବତ କରି ପିସିଆର ଭ୍ୟାନ୍‌ ନେଇଯିବ । ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍‌ ପାଇଁ ଆଲର୍ଟ କରଛନ୍ତି ଡ଼ିସିପି । ବେଆଇନ ବାଣ ବିକିଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି  ।