ମନମୋହୁଛି ଗାଡିଆପଡା ଘାଟିର ମନୋରମ ଦୃଶ୍ୟ 


କନ୍ଧମାଳରୁ ପାର୍ଥ ସାରଥୀ ବିଶ୍ୱାଳ  : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକରେ ଅବସ୍ଥିତ ଗାଡିଆପଡା ଘାଟି । ଘାଟିର ଦୃଶ୍ୟ ଚମକôାର । ଢେଉ ଢେଉକା ପାହାଡ ଶ୍ରେଣୀ ସମ୍ମିଳିତ ମନୋରମ ବିସ୍ତାରିତ ପ୍ରାକୃତିକ ଭୂଭାଗ । ସମୁଦ୍ର ପତନ ଠାରୁ ହଜାରେ ଫୁଟ ଊଦ୍ଧ୍ୱର୍ ଉଚ୍ଚତାରେ ରହିଛି କନ୍ଧମାଳ ଜିଲ୍ଲା । ଗାଡିଆପଡା ଘାଟି ଖଜୁରୀପଡ଼ା ଠାରୁ ଗାଡିଆପଡା ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ୫ କି.ମି ପରିବ୍ୟାପ୍ତ । ଫୁଲବାଣୀ ଠାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନଂ ୧୫୭ରେ ଯାତ୍ରା କରୁଥିବାବେଳେ ପ୍ରକୃତି ପ୍ରେମୀଙ୍କୁ ରୋମାଞ୍ଚକର ଅନୁଭୂତି ପ୍ରଦାନ କରିଥାଏ ଏହି ଗାଡିଆପଡା ଘାଟି । ଗୋଟିଏ ପଟେ ଅଙ୍କା ବଙ୍କା ରାସ୍ତା ସାଙ୍ଗକୁ ଘଞ୍ଚ ଜଙ୍ଗଲ ପରିବେଶ, ଅନ୍ୟପଟେ ରହିଛି ଗର୍ତ୍ତ ସବୁଜ ରଙ୍ଗର ଗଛ ପତ୍ର ତରୁଲତା ସହିତ ମନକୁ  ସ୍ତବ୍ଧ କରିଦେବା ଭଳି ଦୃଶ୍ୟ । ଜୈବ ବିବିଧତା ଓ ବନ୍ୟ ପଶୁପକ୍ଷୀଙ୍କ ସମାଗମରେ ପରିପୂର୍ଣ୍ଣ ।  ଯାହା ପର୍ଯ୍ୟଟକଙ୍କୁ ଭାବ ବିଭୋର କରେ । 
 ଗାଡିଆପଡା ଉପତ୍ୟାକାର ମାଳଭୂମି ଓ କୁଟୀର ସମୂହର ଦୃଶ୍ୟ ଅତି ସୁନ୍ଦର । ତାହା ସାଙ୍ଗକୁ ରାସ୍ତାର ପାର୍ଶ୍ୱରେ ବୋହି ଯାଉଛି ଜଙ୍ଗଲି ଝରଣା । ଆଗକୁ କିଛି ବାଟ ଗଲା ପରେ ୧୫୭ ନଂ ଜାତୀୟ ରାଜପଥର ରାସ୍ତା କଡ଼ରେ ରହିଛି କୁମ୍ବେଇ ଦର ଜଳ ପ୍ରପାତ । ସେଇଥିପାଇଁ ଗାଡିଆପଡା ଘାଟି ଦେଇ ଯାଉଥିବା ଯାତ୍ରୀ କିଛି ସମୟ ଏଠାରେ ଅଟକି ରହି ଏଠାକାର ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ସହିତ ବୋହିଯାଉଥିବା ଝରଣା, କୁମ୍ବେଇ ଦର ଜଳପ୍ରପାତ ଏବଂ ଅଙ୍କା ବଙ୍କା ରାସ୍ତାରେ ଫୋଟ ଓ ସେଲଫି ଉଠାନ୍ତି । ଏପରିକି ପର୍ଯ୍ୟଟକମାନଙ୍କ ସେଲଫି ଏବଂ ବସିବା ପାଇଁ ଏକ ପଏଣ୍ଟ ରହିଛି । ଯେଉଁଥିରେ ଗାଡ଼ି ଛିଡ଼ା ହେବା ପାଇଁ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଗାଡ଼ି ରଖି ପର୍ଯ୍ୟଟକମାନେ ପଏଣ୍ଟରେ ରହିଲେ ଗାଡ଼ି ଯିବା ଆସିବା କରିବା ବେଳେ ପାର୍କିଂ ଅସୁବିଧା ରହୁଥିବା କୁହନ୍ତି ।ବଣଭୋଜି କରିବା ପାଇଁ କୁମ୍ୱେଇ ଦର ଜଳ ପ୍ରପାତ ଏକ ଉତ୍ତମ ସ୍ଥାନ । ତେଣୁ  ଲୋକେ ଏଠାକୁ ବଣଭୋଜି କରିବା ପାଇଁ ଆସନ୍ତି । ଫୁଲବାଣୀ ଠାରୁ ଏହି ସ୍ଥାନର ଦୂରତା ମାତ୍ର ୨୮ କି.ମି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ଠାରୁ ୨ ସହ କିଲୋମିଟର ଦୂରତାରେ ଏହି ଘାଟି ଅବସ୍ଥିତ । ପର୍ଯ୍ୟଟକଙ୍କୁ ଏହି ଘାଟି ଆକୃଷ୍ଟ କରୁଥିଲେ ସୁଦ୍ଧା ପର୍ଯ୍ୟଟକ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ଘାଟି । ଘାଟିର ସ୍ଥାନେ ସ୍ଥାନେ ସୌନ୍ଦର୍ଯ୍ୟକରଣ, ପାର୍କିଂ ବ୍ୟବସ୍ଥା କରିବା ପାଇଁ ପର୍ଯ୍ୟଟକ କୁହନ୍ତ । ସମୁଦ୍ର ପତନ ଠାରୁ କେତେ ଉଚ୍ଚତାରେ ରହିଛି ଘାଟି । ଏହାର ଲମ୍ବା କେତେ କିଲୋ ମିଟର, ଏହି ଜଙ୍ଗଲରେ କେଉଁ କେଉଁ ବୃକ୍ଷ ରହିଛି,ଏହାର ଗର୍ତ୍ତ କେତେ ଗଭୀର, ଘାଟି ଉପରକୁ ଉପରକୁ ଗଲେ କେଉଁ କେଉଁ ସ୍ଥାନ ଦେଖିବାକୁ ମିଳିବ ଏବଂ ଖଜୁରୀପଡ଼ା ବ୍ଲକ ଅଞ୍ଚଳରେ ଏବଂ ଜିଲ୍ଲାରେ କେଉଁ କେଉଁ ସ୍ଥାନ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରୁଥିବା ଭଳି ପର୍ଯ୍ୟଟନ ସ୍ଥଳୀ ଅଛି ସେ ସବୁର ବିବରଣୀ ତଥ୍ୟ ସୂଚନା ଫଳକ କରି ଲଗାଗଲେ ପର୍ଯ୍ୟଟକ ସେସବୁ ଜାଣି ଆକୃଷ୍ଟ ହୋଇ ଜିଲ୍ଲାକୁ ବହୁ ମାତ୍ରାରେ ଆସି ପାରିବେ ଏବଂ ସରଳ ଭାବେ ସବୁ ସ୍ଥାନ ଭ୍ରମଣ କରି ପାରନ୍ତେ । ସେହିପରି ରାସ୍ତା ସଙ୍କୁଚିତ ରହୁଥିବାରୁ ଅନେକ ସମୟରେ ବିପରୀତ ଦିଗରୁ ଆସୁଥିବା ଗାଡ଼ିକୁ ସାଇଡ଼ ଦେବା ବେଳେ ଦୁର୍ଘଟଣା ଘଟୁଛି । ତେଣୁ ପୂର୍ତ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ଓସାରିଆ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର କାର୍ଯ୍ୟକାରୀ କଲେ ପର୍ଯ୍ୟଟକ ସଂଖ୍ୟା ବଢିବା ସହ ସ୍ଥାନୀୟ ଲୋକଙ୍କ ରୋଜଗାର ବୃଦ୍ଧି ହେବ । ଜିଲ୍ଲାରେ ଆର୍ଥିକ ମେରୁଦଣ୍ଡ ଧିରେ ଧିରେ ସୁଦୃଢ ହୋଇ ପାରିବ । ଏବେ ପର୍ଯ୍ୟଟକମାନେ ୱାଚ ଟାୱାର ମଜା ନେବା ପାଇଁ ବନ ବିଭାଗ ପକ୍ଷରୁ ଘାଟି ଉପରେ ୱାଚ ଟାୱାର ନିର୍ମାଣ କାର୍ଯ୍ୟ ଚାଲୁରହିଛି । ସେଇ ପରି ଆଗକୁ ଘାଟି ଉପର ପାହାଡ଼ରୁ ଘାଟି ତଳ ପାହାଡ଼କୁ ରୁଫ୍ ରୋଡ କରିବା ପ୍ଲାନିଂ ବନ ବିଭାଗ ରଖିଥିବା ଫୁଲବାଣୀ ରେଞ୍ଜର ଶିବାନନ୍ଦ ଲେଙ୍କା କହିଛନ୍ତି । ୱାଚ ଟାୱାର ନିର୍ମାଣ ହେଲେ ଏହି ଘାଟିରେ ପ୍ରତିଟି ଋତୁରେ ପର୍ଯ୍ୟଟକ ମାନେ ତାହାର ଅଭୁଲା ସ୍ମୃତି ଅନୁଭବ କରି ପାରିବେ । ବର୍ଷା ଋତୁରେ କୁହୁଲିଆ ଖଣ୍ଡ ଖଣ୍ଡ ମେଘର ସବାରି, ଶୀତ ଋତୁରେ କୁହୁଡିର ସଦେହ ଓଢ଼ଣୀ ତଳେ ହସୁଥିବା ପ୍ରକୃତି ରାଣୀ, ବସନ୍ତ ଋତୁରେ ସବୁ ଜିମା ଅପରୂପ ହଳଦୀଆ ପାହାଡିଆ ମାଳଭୂମି ସବୁ ପର୍ଯ୍ୟଟକ ଦେଖି ପାରିବେ ଏବଂ ତାହାର ମଜା ନେଇ ପାରିବେ ବୋଲି  ରେଞ୍ଜର ଲେଙ୍କା କୁହନ୍ତି ।