ମନ ମୋହିଲା ପାରମ୍ପରିକ ନାଚ
ଜଟଣୀ : କଳିଙ୍ଗ ଯୁବ ପରିଷଦ ଆନୁକୂଲ୍ୟରେ ଓଡ଼ିଶାର ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ପ୍ରାଧ୍ୟାନ୍ୟ ଦେଇ ଶରତ ପାଇକରାୟ ଷ୍ଟାଡିଅମରେ ଅନୁଷ୍ଠିତ ଗଣେଶ ମହୋତ୍ସବରେ ଉଦଘାଟିତ ହୋଇଯାଇଛି । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ମହୋତ୍ସବ କମିଟି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ପରିଷଦର ଆବାହକ ସୀତାକାନ୍ତ ନାୟକଙ୍କ ମଞ୍ଚ ପରିଚାଳନାରେ ଦର୍ଶକଙ୍କ ମନୋରଞ୍ଜନ ନିମିତ୍ତ ସନ୍ଧ୍ୟାରେ ସାଂସ୍କୃତିକ ଓ ମନୋରଞ୍ଜନ ଭିତ୍ତିକ ନାଚ ଗୀତ ପରିବେଷଣ କରାଯାଇଥିଲା । ମହୋତ୍ସବ ବ୍ୟବସ୍ଥାକୁ ସଭାପତି ରବି ନାରାୟଣ ଦାଶ ଓ ସମ୍ପାଦକ ସମୀର ଜେନା ତଦାରଖ କରିଥିଲେ । ପାଗ ଅନୁକୂଳ ପାଇଁ ମୀନାବଜାର ବୁଲିବାକୁ ବହୁ ଭିଡ଼ ପରିଲକ୍ଷିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ନିମିତ୍ତ ସମସ୍ତ ଛକ ଓ ପୂଜା ମଣ୍ଡପ ନିକଟରେ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି ।