ଏନ୍ଏଫ୍ଆଇଆର୍ ଅଧିବେଶନ ଉଦ୍ୟାପିତ: ପଦ ବଜାୟ ରଖିଲେ ରମେଶ
ଜଟଣୀ : ନ୍ୟାସନାଲ ଫେଡେରେସନ ଅଫ ଇଣ୍ଡିଆନ ରେଲୱେ ମେନ ୩୧ତମ ଦୁଇବାର୍ଷିକ ଅଧିବେଶନ ଆଜି କର୍ଣ୍ଣେଲ ସିଂ ଷ୍ଟାଡିୟମ ପାହାଡ଼ଗଞ୍ଜ ଠାରେ ଉଦ୍ୟାପିତ ହୋଇଯାଇଛି । ଏମ ରାଘଭେୟା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି । ଏନଏଫଆଇଆର ସହବନ୍ଧିତ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ଏହି ସମାବେଶରେ ଆଠସହରୁ ଊଦ୍ଧ୍ୱର୍ ଡ଼େଲିଗେଟ ଯୋଗଦେଇଥିଲେ । ଗତ ଫେଡେରେସନ ମାନ୍ୟତା ସାଧାରଣ ନିବଚନରେ ଶ୍ରମିକ କଂଗ୍ରେସ ପୂର୍ବତଟ ରେଳପଥରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସର୍ବଭାରତୀୟ ସ୍ଥରରେ ଦ୍ୱିତୀୟ ସର୍ବାଧିକ ଭୋଟ ହାରରେ ବିଜୟୀ ହୋଇଥିଲା । ଗୋହାଟି ଏନ ଏଫ ରେଲୱେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ସାହୁ ରାଷ୍ଟ୍ରୀୟ ସହ ସମ୍ପାଦକ ପଦ ବଜାୟ ରଖିବା ସହିତ ଚାରିଜଣ ନୂତନ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଶାଖା ସମ୍ପାଦକ ତଥା ମିଡିଆ ସଂଯୋଜକ ଏଲ ଡି ମହାନ୍ତି, ସୁଶାନ୍ତ ପଣ୍ଡା , ରାମ ନାୟକ ଓÿ ଅଜୟ ମଳିକଙ୍କ ନାମ ଘୋଷଣା କରାଯାଇଛି ।