ନିଜ ଘରେ ନିଆଁ ଲଗାଇ ସ୍ୱାମୀ ଗିରଫ
ଜଟଣୀ : ଜଟଣୀ ଥାନା ଅନ୍ତର୍ଗତ ବଡତୋଟା ଗ୍ରାମର ରଶ୍ମୀ ରଞ୍ଜନ ସାହୁ ନିଜର ଘରେ ନିଆଁ ଲଗାଇବା ନେଇ ତାଙ୍କ ପନôୀ ସନ୍ତୋଷୀ ସାହୁ ଏକ ମାମଲା ରୁଜୁ ହୋଇଛି । ପୁଲିସ ଏହି ମାମଲାର କରି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୋଗକାରିଣୀ ସନ୍ତୋଷୀ ଘରେ ଏକ ଦୋକାନ କରି ପରିବାର ପ୍ରତିପୋଷଣ କରିଥାନ୍ତି । ପାରିବାରିକ ବିଶୃଙ୍ଖଳା କାରଣକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଭାବେ ଝଗଡା ହୁଏ । ଅଭିଯୁକ୍ତ ସ୍ୱାମୀ ତାଙ୍କ ସ୍ତ୍ରୀ ଏବଂ ନିଜ ମା’ଙ୍କ ସହିତ ପିଲାଙ୍କୁ ମଧ୍ୟ ମାରଧର କରିଥାନ୍ତି ଓ ଜୀବନରୁ ମାରିବାର ଧମକ ମଧ୍ୟ ଦିଅନ୍ତି । ଏହା ବ୍ୟତୀତ ଝଗଡା ସମୟରେ ଘରୋଇ ଉପକରଣ ସବୁକୁ ନଷ୍ଟ କରୁଥିଲେ । ଘଟଣା ଦିନ ଅଭିଯୁକ୍ତ ବିଳମ୍ବିତ ରାତିରେ ଘରକୁ ଫେରି ସ୍ତ୍ରୀ ଏବଂ ମାଙ୍କ ସହ ଝଗଡା କରିଥିଲେ ଏବଂ ମାଙ୍କୁ ମାଡ ମାରିଥିଲେ । ଫଳରେ ମା ଗୁରୁତର ଆହତ ହୋଇଥିଲେ । ପରେ ସମସ୍ତଙ୍କୁ ଜୀବନରୁ ମାରିଦେବା ଉଦେ୍ଦଶ୍ୟରେ ଅଭିଯୁକ୍ତ ଜଣକ ଘରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ଘରୋଇ ଉପକରଣ ସହ ଘରେ ଥିବା ସୁନା ଅଳଙ୍କାର ଓ ଜରୁରୀ କାଗଜପତ୍ର ସବୁ ନଷ୍ଟ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିବା ବେଳେ ସେ ତାଙ୍କ ଦୋଷ ସ୍ୱୀକାର କରିଥିଲେ । ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଜଟଣୀ ଥାନାରେ ୨ ଟି ମାମଲା ରହିଥିବା ଜଣାପଡିଛି ।