ମହାନଦୀରେ ବୁଡି ପୁତୁରା ମୃତ, ଦାଦା ନିଖୋଜ
ତିର୍ତ୍ତୋଲ : ବୁଢ଼ୀ ମା ର ଦଶାହକ୍ରିୟାରେ ନାତି ମୃତ, ଦାଦା ନିଖୋଜ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଳ ବ୍ଲକ କୋଲର ପଞ୍ଚାୟତ ଅଧୀନ ନାଗପୁରା ଗ୍ରାମରେ । ଜେଜେ ମା' ର ଦଶାହକର୍ମ ତୁଠକୁ ଯାଇଥିବା ବେଳେ ରୁଦ୍ର ନାରାୟଣ ଜେନା (୨୨) ପିତା- ଅକ୍ଷୟ କୁମାର ଜେନା ମୃତ ନଦୀ ପାଣିରେ ଭାସି ଯାଇଥିଲେ ତାଙ୍କୁ ଉଦ୍ଧାର କରିବା ନିମନ୍ତେ ତାଙ୍କ ଦାଦା ସମ୍ପଦ କୁମାର ଜେନା(୬୨) ନଦୀ ପାଣିକୁ ଯିବା ସମୟରେ ସେ ମଧ୍ୟ ପାଣି ସୁଅରେ ଭାସି ଯାଇଥିଲେ । କିଛି ସମୟରେ ରୁଦ୍ରକୁ ଉଦ୍ଧାର କରି ନିକଟସ୍ଥ ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ଡାକ୍ତର ରୁଦ୍ରକୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ତିର୍ତ୍ତୋଳ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ବେଳେ ଦାଦା ସମ୍ପଦ ନିଖୋଜ ଅଛନ୍ତି ।