କଷଟିରୁ ଗୋରୁ ନେଇ ଯାଉଥିବା ବେଳେ ଗଣ୍ଡଗୋଳ : ଆକ୍ରମଣରେ ଯୁବକ ଗୁରୁତର, ପୁଲିସ ମୁତୟନ
ତିହିଡ଼ି ଥାନା କୁବେରା ପଞ୍ଚାୟତ ଅଧୀନ କଷଟି ଗ୍ରାମରୁ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ବ୍ୟକ୍ତି ଗୋରୁ ନେଇ ଗୁଜିଦରଡ଼ା ଯାଉଥିବାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତି ଓ କେତେକ ହିନ୍ଦୁ ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା । ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ଆକ୍ରମଣରେ କଷଟି ଗ୍ରାମର ସେ"ାଷ ପରିଡ଼ା (୪୦) ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାରୁ କଷଟି ଗ୍ରାମରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଚାନ୍ଦବାଲି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚô ପରିସ୍ଥିତି ଅନୁଧ୍ୟାନ କରି ଫେରିଛ"ି । ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ମଧ୍ୟାହ୍ନରେ ସଂଖ୍ୟଲଘୁ ସମ୍ପ୍ରଦାୟର କେତେକ ଗୋରୁ ବେପାରୀ ଗୋରୁ ନେଇ ଗୁଜିଦରଡ଼ା ଅଭିମୁଖେ ଯାଉଥିଲେ । ଭୂୟାଁବାଟିଟଙ୍କି ନିକଟରେ କଷଟି ଗ୍ରାମର କେତେକ ଯୁବକ ଗୋରୁ ନେଇ ଯିବା ସମ୍ପର୍କରେ ତାଙ୍କୁ ପଚାରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା । ଏହି ଘଟଣାରେ ସନ୍ତୋଷ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।