ମହାବୀର ମନ୍ଦିର ବାର୍ଷିକୋତ୍ସବ ବୈଠକ 

 ବୈଶିଙ୍ଗା : ବୈଶିଙ୍ଗା ଗ୍ରାମ ପଞ୍ଚାୟତ ଅଧୀନ କଦଳିଆ ଗ୍ରାମରେ ମହାବୀର ସେବକ ସମାଜ ଆନୁକୂଲ୍ୟରେ ଶ୍ରୀ ମହାବୀରଙ୍କର ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ପ୍ରତି ବର୍ଷ ଭଳି ଚଳିତବର୍ଷ ଏପ୍ରିଲ ୩,୪,୫ ତିନି ଦିନ ଧରି ଅଷ୍ଟାଦଶ ପୂର୍ତ୍ତୀ ଉପଲକ୍ଷେ ଯଜ୍ଞ,ପୂଜା, ନାମ ସଂକୀର୍ତ୍ତନ ଓ ପ୍ରବଚନ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଛି  । କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ସଦସ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି  । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା  । ମହାବୀର ସେବକ ସମାଜର କର୍ମକର୍ତ୍ତା ତଥା ଗ୍ରାମବାସୀ ବୃନ୍ଦ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ  । ୩ ତାରିଖ ଦିନ ଅଧିବାସ ଓ ଅଙ୍କୁରାରୋପଣ ସହିତ ୪ ତାରିଖ ଦିନ କଳସ ଯାତ୍ରା, ସୂର୍ଯ୍ୟପୂଜା, ଶ୍ରୀଶ୍ରୀ ମହାବୀରଙ୍କ ଅଭିଷେକ, ସାମୂହିକ ହନୁମାନ ଚାଳିଶା ପାଠ, ଯଜ୍ଞାଗ୍ନି ସ୍ଥାପନ ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସ୍ଥିରିକୃତ ହୋଇଛି  । ଏଥି ସହିତ ସନ୍ଧ୍ୟାରେ ପ୍ରବଚକ ଭାବେ ଭାଗବତ ବାଣୀ ବିଭୁଷଣ ଭାଗବତ ପଣ୍ଡା ପ୍ରବଚନ ଦେବାର ସ୍ଥିର ହୋଇଛି  । ୫ ତାରିଖରେ ନାମ ବିଶ୍ରାମ, ଯଜ୍ଞ, ପୂର୍ଣ୍ଣାହୂତୀ, ପ୍ରସାଦ ସେବନ ସହ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମରେ ଭାଗବତ ପଣ୍ଡାଙ୍କ ସହିତ ପୁରୀ ସ୍ଥିତ ଦିବ୍ୟ ଜୀବନ ସଂଘର ସଭାପତି ଡ. ପ୍ରଭାତ ରଞ୍ଜନ ମହାପାତ୍ର ଯୋଗ ଦେବେ । ବହୁ ସଂଖ୍ୟାର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେବାକୁ ମହାବୀର ସେବକ ସମାଜ ପକ୍ଷରୁ ଅନୁରୋଧ କରାଯାଇଛି  ।