ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରକ୍ତଦାନ
ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଏବଂ ବର୍ତ୍ତମାନ କେନ୍ଦ୍ର ଶିକ୍ଷାମନ୍ତୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଯୁବଶକ୍ତି ସ୍ୱେଚ୍ଛାସେବୀ ସଂଗଠନର ସଭାପତି ବ୍ରହ୍ମଜ୍ୟୋତି ମିଶ୍ରଙ୍କ ଉଦ୍ୟମରେ ଟାଇଁସି ଗ୍ରାମ ପଞ୍ଚାୟତ ଯୁବଗୋଷ୍ଟି ଏବଂ ଗ୍ରାମବାସୀଙ୍କ ସହଯୋଗରେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଶିବିରକୁ ଉଦଘାଟନ କରିବା ସହିତ"ରକ୍ତଦାନ ଜୀବନ ଦାନ""ରକ୍ତଦାନ ମହତ ଦାନ"ବାର୍ତ୍ତାକୁ ହୃଦୟଙ୍ଗମ କରି ଏପରି ଏକ ଶିବିରର ଆୟୋଜନ କରାଯାଇଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେବା ସହିତ ରକ୍ତ ଦାତାଙ୍କୁ ଉସôାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଜେପି ଜÿିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ଟାଇଁସି ସରପଞ୍ଚ ସୌଦାମିନୀ ପ୍ରଧାନ, ସାତକୋଶିଆ ମଣ୍ଡଳ ସଭାପତି ରାଧାକାନ୍ତ ପଳେଇ ପ୍ରମୁଖ ଯୋଗ ଦାନ କରି ଶିବିରର ଆୟୋଜକ, ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ ।ଶିବିର ପରିଚାଳନାରେ ଟାଇସି ଗ୍ରାମ ପଞ୍ଚାୟତ ଯୁବଗୋଷ୍ଠୀର ଅନନ୍ତ ବେହରା,ଶରତ ଚନ୍ଦ୍ର ପ୍ରଧାନ,ବେଦବ୍ୟାସ ପ୍ରଧାନ,ଲକ୍ଷ୍ମଣ ସାହୁ ତ୍ରିଲୋଚନ ଜେନା,ହେମନ୍ତ ପ୍ରଧାନ,ବିପିନି ବିହାରୀ ଜେନା,ସୁବୋଧ ହେହୁରି,ବିମ୍ବାଧର ସାହୁ, ଯୁବଶକ୍ତି ଅନୁଷ୍ଠାନର ସାତକୋଶିଆ ସଭାପତି ନିରଞ୍ଜନ ସାହୁ,ସମ୍ପାଦକ ପ୍ରଫୁଲ୍ଲ ସାହୁ,ପ୍ରକାଶ ବାରିକ, ସନ୍ତୋଷ ନାଏକ,ସୁବାଷ ନନ୍ଦ,ଦୟାନିଧି ଦାସ ଏବଂ ବନ୍ତଳା ସିଏଚସିର ଡାକ୍ତର ରଶ୍ମିରେଖା ଦାସ, ଅନୁଗୋଳ ରକ୍ତଭଣ୍ଡାରର ନର୍ସ ମଞ୍ଜୁପ୍ରଭା ଶତପତି, ରଶ୍ମିରେଖା ମାର୍କା,ଏମଏଲଟି ଲଳିତ କୁମାର ବେହେରା,ଆଟେନାଣ୍ଟ ରଣେଶ୍ୱର ମୁଖୀ,ଡ୍ରାଇଭର ସୁକାନ୍ତ ସାହୁ,ସ୍ବେଛାସେବି ରମେଶ ପାତ୍ର କାଉନଶୀଲର ହରିଶ ଚନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ ।ଏହି ଶିବିରରେ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।