‘ମହିଳାଙ୍କ ଉନ୍ନତିରେ ଦେଶର ବିକାଶ’
ଭଦ୍ରକ: ଭଦ୍ରକ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସଭାରେ ଉପଯୁକ୍ତ ଶିକ୍ଷା ଓ ଦକ୍ଷତାପ୍ରାପ୍ତ ହେଲେ ମହିଳାଙ୍କର ନିଜର ବିକାଶ ସହ ସମାଜ ଓ ଦେଶର ବିକାଶ ହୋଇପାରିବ । ସେଥିପାଇଁ ଦୃଢ ମନୋବଳ ସହ ସରକାର ସୃଷ୍ଟି କରୁଥିବା ସୁଯୋଗର ସଦୁପଯୋଗ କରିବା ଉଚିତ ବୋଲି ବକ୍ତାମାନେ ଉପସ୍ଥିତ ଶତାଧିକ ଦକ୍ଷତା ତାଲିମପ୍ରାପ୍ତ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି । ଉକ୍ତ ସମାରୋହରେ ସିଲାଇ ଶିକ୍ଷା, ବୁ୍ୟଟିସିଆନ, ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦିର ତାଲିମ ନେଇଥିବା ମହିଳାଗଣ ନିଜର ଆତ୍ମବିଶ୍ୱାସ ବଢିଥିବା କଥା ଆଲୋଚନା କରିଥିଲେ । କୃତି ମହିଳାମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ପ୍ରୋଗ୍ରାମ ଅଫିସର ମିଲୁ କୁମାର ମହନ୍ତ ଓ ଗଜେନ୍ଦ୍ର ସାହୁଙ୍କ ସଞ୍ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ସମାଜସେବୀ ରାଧାରାଣୀ ମହାପାତ୍ର, ମୁଖ୍ୟବକ୍ତା ଶ୍ରମନିଯୋଗ ଅଧିକାରୀ ଅନିତା ନାୟକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ଯୋଗ ଦେଇଥିଲେ ।
ପୁରୀ: ‘ସଙ୍ଗଶ୍ରୀ ଫାଉଣ୍ଡେସନ’ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ନିଦେ୍ର୍ଦଶିକା ଅରୁଣିମା ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ମାନବାଧିକାର କର୍ମୀ ପ୍ରିୟମ୍ବଦା ନାୟକ, ସାହିତି୍ୟକ ପ୍ରତିଭା ତ୍ରିପାଠୀ, ଅଭିନନ୍ଦନିକାର ସମ୍ପାଦକ ଶ୍ୟାମପ୍ରକାଶ ସେନାପତି, ଶିକ୍ଷାବିତ୍ ସସ୍ମିତା ସାହୁ, ସମାଜସେବୀ ରିଙ୍କି ବାରିକ, ପୂର୍ବତନ ପୌରସଦସ୍ୟା ଅଞ୍ଜୁ ପ୍ରଧାନ ଏବଂ ସୁଚିସ୍ମିତା ସାହୁ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ । ନାରୀର ଜୀବନ ହିଁ ତ୍ୟାଗର ଜୀବନ । ସାମାଜିକସ୍ତରରେ ନାରୀ ପ୍ରତି ଅବହେଳା ଓ ଅବଜ୍ଞା ଆମ ଦେଶ ପାଇଁ ବଡ଼ କଳଙ୍କ ବୋଲି ପ୍ରକାଶ କରିବା ସହିତ ଦିବସ ପାଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାରୀ ପ୍ରତିଭା, ସାମାଜିକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ସଭାପତି ସବିତା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକ ପଦ୍ମିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଲଲାଟେନ୍ଦୁ ମିଶ୍ର ମଞ୍ଚ ସଞ୍ଚାଳନ କରିଥିଲେ । ନୃତ୍ୟ ନିଦେ୍ର୍ଦଶିକା ମନୀଷା ମହାନ୍ତି ଏବଂ ସନ୍ତୋଷ କୁମାର ବାରିକଙ୍କ ନିଦେ୍ର୍ଦଶନାରେ ସ୍ୱାଗତ ସଂଗୀତ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ସଂଗୀତ ରୂପକ ନାରୀ ଆଖିରେ ନିଆଁ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଉପସ୍ଥିତ କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ମହାବିଦ୍ୟାଳୟର ମିନଭ୍ରା ଗ୍ରୁପ୍ ପକ୍ଷରୁ ପାଳିତ ହୋଇଯାଇଛି । ସଭାପତି ଅଧ୍ୟାପିକା ରତ୍ନମରୀ ଦାଶ ସଭାପତିତ୍ୱରେ କଲେଜର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ୍ ଯୋଗ ଦେଇ ମହିଳାମାନେ ସଶକ୍ତ ହେଲେ ସମାଜ ଆଗକୁ ବଢିପାରିବ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ଅଧ୍ୟାପିକା ପ୍ରଫେସର ମୌସୁମୀ କାନୁନଗୋ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ଇଞ୍ଜିନିୟର ଭଗବାନ ବିଶ୍ୱାଳ ନାରୀଶିକ୍ଷାର ଗୁରୁତ୍ୱ ଦେବା ସହ ସବୁକ୍ଷେତ୍ରରେ ମହିଳାମାନଙ୍କର ବହୁମୂଲ୍ୟ ଯୋଗଦାନ ବିଷୟରେ ଆଲୋକପାତ କରିଥିଲେ । ସମ୍ପାଦକ ଅଧ୍ୟାପିକା ମଧୁସ୍ମିତା ସିଂହ ବିବରଣୀ ପାଠ କରିଥିଲେ । ଅଧ୍ୟାପିକା ରେବତୀ କର ଅତିଥି ପରିଚୟ ପ୍ରଦାନ କରିବା ସହ କ୍ୟାପ୍ଟେନ ସୀମା ମହାନ୍ତି ସଭା ପରିଚାଳନା କରିଥିଲେ । ମହାବିଦ୍ୟାଳୟ ମିନଭ୍ରା ମହିଳା ଗ୍ରୁପ୍ ତରଫରୁ ଅତିଥିମାନଙ୍କ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ସହିତ ଆଜିର ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମୁଖ୍ୟବକ୍ତା ଇଞ୍ଜିନିୟର ଭଗବାନ ବିଶ୍ୱାଳଙ୍କ ଧନଞ୍ଜୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦାନା ବାତ୍ୟାରେ ଉଲ୍ଲଂଘନୀୟ ସେବା ନିମନ୍ତେ ଆଶାକର୍ମୀ ଶିବାନୀ ମଣ୍ଡଳକୁ ୧୦ହଜାର ଟଙ୍କା ସାହାଯ୍ୟ ପ୍ରଦାନ କରାଯାଇଥିଲା ଏବଂ କଲେଜର ସମସ୍ତ ମହିଳା କର୍ମଚାରୀଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । କଲେଜ ପକ୍ଷରୁ ମଧ୍ୟ ଶିବାନୀ ମଣ୍ଡଳ ଏବଂ ମିଶନ ଶକ୍ତି ମହିଳା ଗ୍ରୁପ୍ରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଡେରାବିଶର ଲିଟୁ ବେହେରାଙ୍କ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ସାହିତି୍ୟକ ତୁହିନା ମିଶ୍ରଙ୍କୁ ମଧ୍ୟ ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ମହିଳାମାନଙ୍କୁ ସଂଗଠିତ କରି ସଫଳତାର ପହଞ୍ଚôବା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବଶେଷରେ ମାନସୀ ମରୀ ଜେନା ସମସ୍ତ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।