ମହିଳା ଅଧବକ୍ତା ସଂଘର ବାର୍ଷିକ କ୍ରୀଡ଼ା ଉସବ
ପୁରୀ: ପୁରୀ ମହିଳା ଅଧିବକ୍ତା ସଙ୍ଘ ତୃତୀୟ ବାର୍ଷିକ କ୍ରୀଡ଼ା ଉସôବ ୨ଦିନ ଧରି ଅନୁଷ୍ଠିତ ହୋଇଛି । ପ୍ରଥମ ଦିବସରେ ମୁଖ୍ୟଅତିଥି ପୁରୀ ଜିଲ୍ଳା ଦୌରାଜଜ୍ ଅଜନ୍ତା ଷଡ଼ଙ୍ଗୀ ଯୋଗଦେଇ ଫିତା କାଟି କ୍ରୀଡ଼ା ଉସôବକୁ ଆନୁଷ୍ଠାନକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତଅତିଥି ପୁରୀ ଜିଲ୍ଳା ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତିମର୍ୟୀ ମିଶ୍ର ଯୋଗଦେଇଥିଲେ । ମୋଟ ୧୬ଟି କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ଅଧିବକ୍ତମାନେ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଦିବସରେ ପୁରସ୍କାର ବିତରଣ ଉସôବ ଅନୁଷ୍ଠିତ ହୋଇଥିଲା । ମହିଳା ଅଧିବକ୍ତାମାନଙ୍କ ଦ୍ୱାରା ବନେ୍ଦ ଉକôଳ ଜନନୀ ପରିବେଷଣ କରାଯାଇଥିଲା । ପୁରସ୍କାର ବିତରଣ ଉସôବରେ ପୁରୀ ଜିଲ୍ଳା ଓ ଦୌରାଜଜ୍ ଅଜନ୍ତା ଷଡ଼ଙ୍ଗୀ ମୁଖ୍ୟଅତିଥି, ଦ୍ୱିତୀୟ ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ଚିନ୍ମୟ ମିଶ୍ର ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ପୁରୀ ବାର୍ ଆସୋସିଏସନ ସଭାପତି ଆଦିତ୍ୟ ହୃଦୟ ମିଶ୍ର ଓ ପୁରୀ ବାର ଆସୋସିଏସନ୍ ମହିଳା ଅଧିବକ୍ତା ସୁଶ୍ରୀ ରଚିତା ଦାଶ ଯୋଗଦେଇଥିଲେ । କ୍ରୀଡା ପରିଚାଳନା କରିଥିଲେ ଅଧିବକ୍ତା ତୃପ୍ତିମୟୀ ମହାପାତ୍ର ଓ ଅଧିବକ୍ତା ମୀନାକ୍ଷି ପଣ୍ଡା । କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ ଅଧିବକ୍ତା ସୁସ୍ମିତା ମହାନ୍ତି, ସବିତା ପ୍ରତିହାରୀ, ସରୋଜିନୀ ସିଂ, ପ୍ରଭାସିନୀ ପଲେଇ, ଶାରଦା ସାମଲ, ଦୀପକ କୁମାର ଦାଶ ଓ ପୁରୀ ବାର ଆସୋସିଏସନ୍ର କାର୍ଯ୍ୟକାରୀ ସଦସ୍ୟ ।