ମହିଳା କର୍ମଚାରୀଙ୍କୁ ଅସଦାଚରଣ; ଫାଇନାନ୍ସ କର୍ମଚାରୀ ଗିରଫ

ଭୁବନେଶ୍ୱର, ୧୯ା୧୨ : ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ଘଟଣାରେ ମୈତ୍ରୀବିହାର ଥାନା ପୁଲିସ ଜେ.ଆର କଂପାନୀର ଫାଇନାନ୍ସ କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନୟାଗଡର ରବି ନାରାୟଣ ସାହୁ । ସେ ମୈତ୍ରୀବିହାର ଥାନା ନିକଟସ୍ଥ ବିଏମସି ଅଫିସ ନିକଟରେ ରହୁଥିଲେ । ଶୁକ୍ରବାର ଦିନ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମୈତ୍ରୀବିହାର ଥାନାର ସବ୍‌ ଇନ୍ସପେକ୍ଟର ଶଙ୍କର ଭୋଇ ସୂଚନା ଦେଇଛନ୍ତି  । ଏନେଇ ୫ ରୁ ଅଧିକ ମହିଳା କର୍ମଚାରୀଙ୍କ ଦରମା ଦେଉନଥିଲା ଏବଂ ମହିଳା ଓ ଯୁବତୀମାନଙ୍କୁ ଅଫିସରେ ଅସଦାଚରଣ କରିଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ଏହି ଘଟଣାରେ ଆଉ କେଉଁ କେଉଁମାନଙ୍କ ସଂପୃକ୍ତି ରହିଛି କି ନାହିଁ ତାର ଖୋଳତାଡ କରୁଛି କମିଶନରେଟ୍‌ ପୁଲିସ  ।
ସୂଚନାଯୋଗ୍ୟ ଯେ, ନୟାଗଡର ରବି ନାରାୟଣ ସାହୁ ମୈତ୍ରୀବିହାର ଥାନା ବିଏମସି ଅଫିସ ନିକଟରେ ଜେ.ଆର ଫାଇନାନ୍ସ କଂପାନୀ କରିଥିଲେ । ରବିନାରାୟଣ କିଛି ମହିଳା କର୍ମଚାରୀଙ୍କୁ ସେଠାରେ ରଖି ଲୋକମାନଙ୍କୁ ଫୋନ କରି ବ୍ୟାଙ୍କରୁ ଲୋନ କରାଇ ଦେବାକୁ କହୁଥିଲେ । ଦୀର୍ଘ ଦେଢ଼ ବର୍ଷ ଧରି ଏହି ଅଫିସ ଚାଲିଥିଲା । ଗତ କିଛି ଦିନ ହେବ ରବି ନାରାୟଣ ମହିଳା କର୍ମଚାରୀଙ୍କୁ ଦରମା ଦେଉନଥିଲେ । ଯାହାକୁ ନେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକଟ କରିଥିଲେ । ବୁଧବାର ଦିନ ରବି ମହିଳା କର୍ମଚାରୀଙ୍କୁ ରୁମ ଭିତରେ ଅସଦାଚରଣ କରିଥିବା ନେଇ କର୍ମଚାରୀମାନେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି ।