ମହିଳା ତାଲିମ୍ରେ ପଞ୍ଚାୟତ ପ୍ରତିନିଧି ଅନୁପସ୍ଥିତ

ଆସିକା: ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ରାଜ୍ୟ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ସହାୟତାରେ ଆସିକା ବ୍ଲକ ସମିତି ସଭା ଗୃହରେ ଲିଙ୍ଗ ଓ ମହିଳା ସଶକ୍ତିିକରଣ ଉପରେ ତାଲିମ ଅନୁଷ୍ଠିତ ହୋଇଥିଲା । ଏହି ତାଲିମରେ ବହୁ ପଞ୍ଚାୟତ ପ୍ରତିନିଧି ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ଏହି ତାଲିମ ନିମନ୍ତେ ଆସିକା ପଞ୍ଚାୟତ ସମିତି ପକ୍ଷରୁ ୨୭ ସରପଞ୍ଚ, ୨୭ ସମିତି ସଭ୍ୟ,୨୭ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ଏଡିଇଓ, ଜିଆରଏସ,୨୭ ଜଣ ଆଶା, ୨୭ ଜଣ ଅଙ୍ଗନବାଡି, ୩୫ ଜଣ ୱାର୍ଡ ସଭ୍ୟ ସଭ୍ୟାମାନଙ୍କୁ ତାଲିମରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିବାକୁ ଚିଠି ହୋଇଥିଲା  । ଉକ୍ତ ତାଲିମ ମହିଳା ଓ ଶିଶୁମାନଙ୍କ ବିଭିନ୍ନ ପ୍ରକାର ଆଇନ, ସରକାରଙ୍କ ନୀତି, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଜାଣିବା ଓ ତାକୁ ନିଜ ନିଜ ପଞ୍ଚାୟତରେ ବିନିଯୋଗ କରିବା ନିମନ୍ତେ ସରପଞ୍ଚ, ସମିତି, ୱାର୍ଡ ସଭ୍ୟ, ଏବଂ ଆଶା କର୍ମୀ, ଅଙ୍ଗନବାଡି କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମାନତା ନିମନ୍ତେ ଜୀବନଚକ୍ରରେ ରହିଥିବା ବିଭିନ୍ନ ଦିଗ, ସମାଜର ମହିଳା ଓ ଶିଶୁଙ୍କ ପ୍ରତି ରହିଥିବା ବିଭିନ୍ନ ଆଇନର ଦିଗ, ଲିଙ୍ଗଗତ ହିଂସା, ମହିଳାମାନେ ନିଜେ ନିଜେ ନିଷ୍ପତି ନେବାର କୌଶଳ, ଉପରେ ତାଲିମରେ ପ୍ରଶିକ୍ଷଣ ଦେବା ନିମନ୍ତେ ଏହି ଶିବିର ଅନୁଷ୍ଠିତ ହୋଇଥିଲା  । ଏଥି ସହିତ ମହିଳାଙ୍କ ନିମନ୍ତେ ସ୍ୱାସ୍ଥ୍ୟର ଯନô, ଯୌତୁକ ନିରୋଧ ପ୍ରଥା, ଲିଙ୍ଗ ନିରୂପଣ ନକରିବା, ମହିଳା ଚାଲାଣ, ଯୌନ ନିର୍ଯ୍ୟାତନା ବାଲ୍ୟ ବିବାହ, ଶିଶୁ ଶ୍ରମିକ ଲୋପ ନିମନ୍ତେ କେଉଁସବୁ ଆଇନ ରହିଛି ତାହା ଉପରେ ଆଲୋଚନା ହୋଇଥିଲା । ସେହିଭଳି ମହିଳାଙ୍କୁ ଅଙ୍ଗନବାଡିରେ ଛଅଟି ସେବା, ପୋଷଣ ଖାଦ୍ୟ ବଣ୍ଟନ, କିଶୋରୀ ପାଇଁ ଅଦ୍ୱିକା, ମମତା ଯୋଜନା, ପୂର୍ଣ୍ଣ ଆହାର, ଅର୍ଣ୍ଣ ପ୍ରାସନ ଯୋଜନା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି କର ଯୋଜନା, ଅମ୍ଲାନ ଯୋଜନା ଓ ଶିଶୁଙ୍କ ସୁରକ୍ଷା ପାଇଁ ମିଶନ ବାସôଲ୍ୟ, ବିଜୁ ଶିଶୁ ସୁରକ୍ଷା, ବେଟି ବଛାଅ ବେଟି ପଢ଼ାଓ, ବିଜୁ କନ୍ୟା ରନô, ନୁଆଁ ଅରୁଣିମା, ଶିଶୁ ପାଇଁ ଦିନଟିଏ, ଏଭଳି ଅନେକ ଯୋଜନା ଉପରେ ମଧ୍ୟ ତାଲିମ ଦାତା ରୂପେ ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ରାଜଶ୍ରୀ ସାହୁ, ବ୍ଲକର ସିପି ଦେବେନ୍ଦ୍ର ପାତ୍ର ଉପସ୍ଥିତ ରହିଥିଲେ  । ଏହି ତାଲିମ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧକ୍ଷ, ଉପାଧକ୍ଷା, ବିଡ଼ିଓ, ଏବିଡ଼ିଓ କେହି ନଥିବା ଦେଖିବାକୁ ମିଳିଥିଲା  । ତାଲିମରେ ଆଶା ଓ ଅଙ୍ଗନବାଡି କର୍ମୀ ସ୍ୱଳ୍ପ ପିଇଓ, ଜିଆରଏସ ରହିଥିବା ବେଳେ ଇଂରାଜି ଅକ୍ଷରରେ ବ୍ୟାନର ଏବଂ ପିପିଟିରେ ପାଠପଢା ଅଧିକାଂଶ ବିରକ୍ତ ଲାଗିଲା ଭଳି ରହୁଥିଲେ ।