‘ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଗୋପ: ଚଳିତ ମାସ ୧୨ ତାରିଖଠାରୁ ଏକ ସପ୍ତାହ ବ୍ୟାପୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ସେବିକା ଦିବସ ପାଳିତ ହେଉଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେବିକାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେବିକାମାନେ ଯେଉଁଭଳି ସମର୍ପଣ ଭାବ ନେଇ ରୋଗୀଙ୍କ ସେବା କରିଥାନ୍ତି, ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଗୋପ ମାଟିଆଖାତ ସ୍ଥିତ ମୁକ୍ତି କଲେଜ ଅଫ୍ ନସିଂ ଇନଷ୍ଟିଚୁ୍ୟଟରେ ଅଧ୍ୟକ୍ଷା ମନସ୍ମିନୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସେବିକା ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଅନୁଷ୍ଠାନର ପ୍ରତିଷ୍ଠାତା ଅଶୋକ ନନ୍ଦ ଯୋଗ ଦେଇଥିବାବେଳେ ମୁଖ୍ୟଅତିଥି ଭାବେ ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଗୋପ କଲେଜର ପ୍ରାପ୍ତନ ଅଧକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, ସମ୍ମାନିତ ଅତିଥି ଭାବେ ଗୋପ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ଆମନ୍ତ୍ରିତ ଅତିଥି ଭାବେ ଗଣେଶ୍ୱରପୁର ପଞ୍ଚାୟତ ସରପଞ୍ଚ ପ୍ରଭାତ ବେହେରା, ପ୍ରଶାନ୍ତ ସେନାପତି, ମୁକ୍ତି ନର୍ସିଂ କଲେଜ ଚେୟାରମ୍ୟାନ ଗଣେଷ ଚନ୍ଦ୍ର ଦାଶ, ସାମ୍ବାଦିକ ମିଲନ ମହାନ୍ତି, କାଲୁରାମ ଜେନା ପ୍ରମୁଖ ଯୋଗ ଦେଇ ନର୍ସିଂ ସେବାର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁୁ ସମ୍ବର୍ଦ୍ଧିତ କରାଯିବା ସହ ଏକ ଶପଥ ପାଠ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ସ୍ନିଗ୍ଧା ସୁଚରିତା ପାତ୍ର, ଗୀତାଞ୍ଜଳି କାଣ୍ଡି, ବିଶ୍ୱାସ୍ମିତା ଲେଙ୍କା, ଶୁଭଶ୍ରୀ ମହାନ୍ତି, ନୟନ କୁମାରୀ ଲିପି, ତୋଫାନୀ ସାହୁ, ଶୁଭଶ୍ରୀ ପ୍ରଧାନ, ୟଶୋମତି ସାହୁ, ବଂଶୀଧର ବାରିକ, ସାଗରିକା ସାହୁ, ଜ୍ୟୋତିପ୍ରଭା ଜେନା, ଜ୍ୟୋତିର୍ମୟୀ ରାଉତ ଏବଂ ଛାତ୍ରଛାତ୍ରୀଙ୍କ ସହାୟତାରେ ଅନୁଷ୍ଠିତ ହୋଇଥିଲା ।