ସଚେତନତା କାର୍ଯ୍ୟକ୍ରମ
ବୁଗୁଡ଼ା : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା ଅଗ୍ନିଶମ ବାହିନୀର ମୁଖ୍ୟ ଆଗ୍ନିକ ସନ୍ତୋଷ ପରିଡାଙ୍କ ନେତୃତ୍ୱରେ ଡ୍ରାଇଭର, ହାବିଲଦାର ନିରଞ୍ଜନ ବରାଳ, ଆଗ୍ନିକ ଫିରୋଜ ନାୟକ ଓ ଜଗବନ୍ଧୁ ମାହାଳି ପ୍ରମୁଖ କର୍ମଚାରୀ ପ୍ରମୁଖ ଯୋଗଦେଇ ଆକସ୍ମିକ ଅଗ୍ନିକାଣ୍ଡକୁ ପ୍ରଶମିତ କରିବାର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ଏହାସହିତ ଶିକ୍ଷାନୁଷ୍ଠାନରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଛାତ୍ରଛାତ୍ରୀମାନେ ରୋଷେଇ ଗ୍ୟାସ ସିଲିଣ୍ଡରରୁ ହେଉଥିବା ଅଗ୍ନିକାଣ୍ଡକୁ ନିର୍ଭୟରେ ନିର୍ବାପିତ କରିବାର କୌଶଳ ହାସଲ କରିଥିଲେ । ଅଗ୍ନିକାଣ୍ଡ ନିର୍ବାପିତ ପ୍ରଶିକ୍ଷଣ ସାଙ୍ଗକୁ ଏହାର କାରଣ ଓ ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାନୁଷ୍ଠାନର ସେବାବ୍ରତୀଗଣ ସହଯୋଗ କରିଥିଲେ ।