ମାଓନେତା ପାପା ରାଓ ସମେତ ଦୁଇ ମାଓବାଦୀ ନିହତ

ମାଓନେତା ପାପା ରାଓ ସମେତ ଦୁଇ ମାଓବାଦୀ ନିହତ

ବିଜାପୁର : ପୁଣି ଛତିଶଗଡର ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳିରେ ଟପ୍‌ ମାଓ ନେତା ପାପା ରାଓ ସହ ଆଓ ଜଣେ ମାଓବାଦୀ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ଦୁଇଟି ଏକେ -୪୭ ରାଇଫଲ୍‌ ଜବତ କରାଯାଇଛି । ମାଓ ନେତା ପାପା ରାଓ ଛତିଶଗଡ଼ର ବସ୍ତର ଅଞ୍ଚଳ ବିଶେଷକରି ବିଜାପୁର ଏବଂ ସୁକମା ଅଞ୍ଚଳରେ ସକ୍ରିୟ ଥିଲା । ପାପା ରାଓଙ୍କ ବିରୋଧରେ ପୁଲିସରେ ୪୦ରୁ ଅଧିକ ଅପରାଧିକ ମାମଲା ଏବଂ ଗିରଫ ୱାରେଣ୍ଟ ରହିଛି । ପିଏଲ୍‌ଜିଏର ସଦସ୍ୟଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଣ, ନୂତନ ସଦସ୍ୟ ନିଯୁକ୍ତି ଏବଂ ଲଜିଷ୍ଟିକ୍ସ ପାଇଁ ଦାୟୀ ଥିଲା।  


 
  ଗତ କିଛି ମାସ ମଧ୍ୟରେ ସୁରକ୍ଷା ବାହିନୀ ବିଜାପୁରର କାନ୍ଦୁଲନାର ଜଙ୍ଗଲରେ ବଡ଼ ଧରଣର ଅପରେସନ କରିଥିଲେ । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ପାପା ରାଓଙ୍କ ପତ୍ନୀ ଉର୍ମିଳା, ଯିଏକି ଏରିଆ କମିଟିର ସମ୍ପାଦକ ଥିଲେ, ତାଙ୍କ ସମେତ ଅନେକ ନକ୍ସଲଙ୍କୁ ମାରି ଦେଇଥିଲେ । ତେବେ ସେହି ସମୟରେ ପାପା ରାଓ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ । କିନ୍ତୁ ଆଜି ତାର ଅନ୍ତ ଘଟିଛି । ଏବେବି ଏନକାଉଣ୍ଟର ଜାରି ରହିଛି ବୋଲି ପୋଲିସ ଅଧିକ୍ଷକ ଜିତେନ୍ଦ୍ର ଯାଦବ କହିଛନ୍ତି ।