ମାନିଲେ ପାକ୍ ପ୍ରଧାନମନ୍ତ୍ରୀ : ଭାରତ ବ୍ରହ୍ମୋସ ମାଡ଼ କରିଛି


 ନୂଆଦିଲ୍ଲୀ : ଗାଲୁଭୁରୁଡ଼ି ମାରୁଥିବା ପାକିସ୍ତାନ ଶେଷରେ ଭାରତର ଆକ୍ରମଣକୁ ସ୍ୱୀକାର କରିଛି  । ପାକିସ୍ତାନ ଏୟାର ବେଶକୁ ଭାରତ ୧୫ ବ୍ରହ୍ମୋଶ୍ ମିସାଇଲ୍ ମାଡ଼ କରିଛି ବୋଲି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କହିଛନ୍ତି  ।
ଆଜେରବାଇଜାନ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସରିଫ୍ କହିଛନ୍ତିଯେ, ମେ’ ୯ ଓ ମେ’ ୧୦ରେ ଭାରତ ପାକର ଏୟାରବେସ ଉପରେ ବ୍ରହ୍ମୋଶ୍ ମିସାଇଲ୍ ମାଡ଼ କରିଥିଲା  । ମେ’ ୧୦ ସକାଳ ପ୍ରାର୍ଥନା ପରେ ଅସିମ ମୁନିରଙ୍କ ନେତୃତ୍ୱରେ ପାକ୍ ସେନା ଭାରତ ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲା  । କିନ୍ତୁ ତା’ ପୂର୍ବରୁ ଲଙ୍ଗ ରେଞ୍ଜ ମିସାଇଲ୍ ବର୍ଷା କରିଥିଲା  । ଏନେଇ ସକାଳୁ ସକାଳୁ ମୁନିର ତାଙ୍କୁ ଅବଗତ କରିଥିଲେ  ।      ମେ’ ୧୦ ଭୋର ସାଢ଼େ ୪ଟାରେ ଫଜର ପ୍ରାର୍ଥନା ପରେ ଭାରତକୁ ଶିକ୍ଷା ଦେବାକୁ ଆମେ ଚାହୁଁଥିଲୁ  । ହେଲେ ଭାରତ ରାୱଲପିଣ୍ଡି ସହ ଅନ୍ୟ ଏୟାରବେସ୍ ଉପରେ ବି ଆକ୍ରମଣ କରିଥିଲା  । ପାକିସ୍ତାନ ଆର୍ମି ମୁଖ୍ୟାଳୟର କିଛି ଦୂରରେ ରାୱଲପିଣ୍ଡିର ଏୟାର ବେସ୍ ରହିଛି  । ପାକିସ୍ତାନ ପୂର୍ବରୁ ଏହାକୁ ଖଣ୍ଡନ କରି ଆସୁଥିଲା