ମା’ବଜ୍ରମହାକାଳୀଙ୍କ ବାର୍ଷିକୋସବ
ରାଜକନିକା : ରାଜକନିକା ବ୍ଲକ ବଟରପଡା ଗାଁର ମା ବଜ୍ର ମହାକାଳୀଙ୍କ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି । ଗାଁର କୂଳ ପୁରୋହିତ ପଣ୍ଡିତ ଆଶିଷ ଶତପଥୀ ଓ ଅଶ୍ୱିନୀ ଶତପଥୀ ଉପସ୍ଥିତ ରହି କଳସ ଯାତ୍ରା, ଅଙ୍କୁରରୋପଣ, ସୂର୍ଯ୍ୟପୂଜା ଓ ଦିନ ସାରା ଚଣ୍ଡୀପାଠ, ହୋମଯଜ୍ଞ ହୋଇଥିଲା । ଏହି ଅବସରରେ ଗ୍ରାମବାସୀ ମାନେ ମା’ ଙ୍କର ସାନିଧ୍ୟ ଲାଭ କରିବା ସହିତ ପ୍ରସାଦ ସେବା କରିଥିଲେ । ଏହି ବାର୍ଷିକୋତ୍ସବରେ କର୍ତ୍ତା ଭାବେ ସୁବାଷ ଚନ୍ଦ୍ର ବେହୁରିଆ ଓ ରୀନାରାଣୀ ବେହୁରିଆ ପୂଜରେ ଅବସ୍ଥାପନ କରିଥିଲେ । ଭରତ ଚନ୍ଦ୍ର ବେହୁରିଆ, ବନମାଳୀ ବେହୁରିଆ, ସୁଧାଂଶୁ ଶେଖର ବେହୁରିଆ, ଅଜୟ ବେହୁରିଆ, ନଗେନ୍ଦ୍ର ବେହୁରିଆ, ପ୍ରଶନ ବେହୁରିଆ, ଆଦିକନ୍ଦ ବେହୁରିଆ, ନିମାଇଁ ବେହୁରିଆ, ସୂର୍ଯ୍ୟମଣି ବେହୁରିଆ, ନିତ୍ୟାନନ୍ଦ ବେହୁରିଆ ପ୍ରମୁଖ ସହଯୋଗ କରିଥିଲେ ।