ମା’ବୁଢୀ ଜାଗୁଳାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

 ପାଣିକୋଇଲି : କୋରେଇ ବ୍ଲକ ଚାରଦା ଗ୍ରାମର ଗ୍ରାମ ଦେବତୀ ମା’ବୁଢୀ ଜାଗୁଳାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉସôବ  ଶୁଭାରମ୍ଭ ହୋଇଛି । ସକାଳୁ କଳସ ଶୋଭାଯାତ୍ରାରେ ବାହାରି ରୀତି ନୀତି ଅନୁସାରେ ପୂଜା କାର୍ଯ୍ୟ କରାଯାଇଥିବା ବେଳେ ପୂଜକ ବୀରକିଶୋର ଓ ରାମଚନ୍ଦ୍ର ଉପାଧ୍ୟାୟ ପୂଜାକାର୍ଯ୍ୟ ତୁଲାଉଛନ୍ତି । ମନ୍ଦିର ଦାୟିତ୍ୱରେ ଚିନ୍ତାମଣି ମହାପାତ୍ର, ବଳରାମ ମହାନ୍ତି, ଅନନ୍ତ ବାରିକ,ଅରବିନ୍ଦ ସ୍ୱାଇଁ, ସଞ୍ଜୟ ମହାନ୍ତି, ଜଗନ୍ନାଥ ସାମଲଙ୍କ ତତ୍ୱାବଧାନରେ ଉତ୍ସବ ୩ ଦିନ ଧରି ଚାଲିବ ।